ବିବାଦରେ ଜଗମୋହନ ମରାମତି ! ଓଡିଆ ସ୍ଥପତିଙ୍କୁ ଅଣଦେଖା ଅଭିଯୋଗ ଆଣିଲେ ପଦ୍ମଶ୍ରୀ ରଘୁନାଥ

23

କନକ ବ୍ୟୁରୋ: ଜଗମୋହନ ମରାମତିକୁ କାମ ଆରମ୍ଭ ହୋଇସାରିଛି । ଏଥିପାଇଁ ଆଗରୁ ଖଟ ଶେଯ ଘର ଭଙ୍ଗା ଯାଇଥିବା ବେଳେ ଏବେ ଆରମ୍ଭ ହୋଇଛି ଚାଙ୍ଗଡ଼ା ଘର ଭଙ୍ଗା । ଭଙ୍ଗା କାର୍ଯ୍ୟ ସରିବା ପରେ ସେହି ସ୍ଥାନ ଖୋଳାଯାଇ ପ୍ରୋର୍ଟାଲ ଫ୍ରେମ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ୧୦ ଜଣ ସ୍ୱତନ୍ତ୍ର କାରିଗରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ୨୫ ଲକ୍ଷ ଓ ବର୍ତମାନ ୩୪୬.୭୧ ଲକ୍ଷ ସମୁଦାୟ ୩ କୋଟି ୭୧ ଲକ୍ଷ ଟଙ୍କାର ଆକାଉଂଟ ମଧ୍ୟ ଓପନ କରିଛି ବିଭାଗ ।

ମରାମତି କାମକୁ ଏଏସଆଇ ଓ କୋର କମିଟି ଅନୁଧ୍ୟାନ କରିସାରିଛନ୍ତି । ପୋର୍ଟାଲ ଫ୍ରେମ ପାଇଁ ଷ୍ଟିଲ ଆସିବା ପରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହାର କାମ ଆରମ୍ଭ ହେବ । ଅନ୍ୟପଟେ ଓଡିଶାର କିର୍ତିରାଜି ମରାମତି କଲାବେଳେ ଓଡିଶାର ବରିଷ୍ଠ ସ୍ଥପତିଙ୍କ ସହ ଆଲୋଚନା କରାଯାଉନଥିବା ଅଭିଯୋଗ କରିଛନ୍ତି ପଦ୍ମଶ୍ରୀ ରଘୁନାଥ ମହାପାତ୍ର । ସେ କହିଛନ୍ତି ଓଡିଶାର ସ୍ଥପତିମାନେ ମଧ୍ୟ ଐତିହ୍ୟ ଓ କିର୍ତିରାଜି ମରାମତି କରୁଛନ୍ତି । ହେଲେ ସେମାନଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-