ରାଜନୀତିରେ ଜଗନ୍ନାଥ

28

ଦିଲ୍ଲୀ ବ୍ୟୁରୋ,କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ବସିଥିବା ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, ଏଏସଆଇ ଡିଜି ଓ ସଂସ୍କୃତି ମନ୍ତ୍ରାଳୟର ଅଧିକାରୀ ଯୋଗ ଦେଇଥିଲେ ।  ତେବେ ବୈଠକ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ଜଗମୋହନ ମରାମତି କାମର ଅନୁଧ୍ୟାନ ପାଇଁ ଓଡିଶା ଆସିବ ଏକ କେନ୍ଦ୍ରୀୟ ଟିମ୍ । ଟେକ୍ନିକାଲ କାରଣ ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେଉଥିବା ସେ କହିଛନ୍ତି ।