ଜୁଇରୁ ଫେରିଲା ଶବ

24

କଳାହାଣ୍ଡି : ଜୁଇରୁ ଫେରିଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣାର ବଜାର ପଡିଆରେ । ଗାଁର ୧୭ ବର୍ଷର ମମତା ପାନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶାଶୁଘର ଲୋକେ ମଶାଣିକୁ ପୋଡି ଦେବାପାଇଁ ନେଇଥିଲେ । ତେବେ ମୃତ ମମତାଙ୍କ ଭାଇ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଏହାପରେ ମଶାଣିରୁ ଶବ ଉଠାଇଆଣିଥିଲା ପୁଲିସ୍ । ଶବକୁ ବ୍ୟବଚ୍ଛେଦ ପାଇଁ ହସପିଟାଲକୁ ପଠାଇଥିଲା । ୩ ମାସ ତଳେ ଜୟପାଟଣା ବଜାର ପଡିଆର ତୀର୍ଥ ନାୟକଙ୍କ ସହ ମମତାଙ୍କ ପ୍ରେମ ବିବାହ ହୋଇଥିଲା । ତେବେ ବାହାଘର ପରେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗିରହିଥିଲା । ଏହାକୁ ନେଇ ମମତା ବିଷପିଇ ଦେଇଥିଲେ । ତାଙ୍କୁ ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ନେବାକୁ ଡାକ୍ତର କହିଥିଲେ । ତେବେ ଶାଶୁଘର ଲୋକେ ମମତାକୁ ବୁର୍ଲା ନନେଇ ଫେରାଇ ଆଣୁଥିଲେ । ରାସ୍ତାରେ ମମତାଙ୍କ ମୃତ୍ୟୁ ହେବାରୁ ଶାଶୁଘର ଲୋକେ ତାକୁ ପୋଡିବା ପାଇଁ ମଶାଣିକୁ ନେଇଥିଲେ ।