ପୁରୀରେ ଶ୍ରୀଜିଉଙ୍କ ନବଯୈାବନ ଦର୍ଶନ : ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ

36

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ପୁରୀରେ ଶ୍ରୀଜିଉଙ୍କ ନବଯୈାବନ ଦର୍ଶନ । ଅଣସର ପରେ ଦର୍ଶନ ଦେଉଛନ୍ତି ତିନି ଠାକୁର । ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଟିକେଟଧାରୀ । ସ୍ନାନପୂର୍ଣ୍ଣିମାଠାରୁ ଅସୁସ୍ଥ ହୋଇପଡିଥିଲେ ଶ୍ରୀଜିଉ । ନେତ୍ରୋତ୍ସବ ପାଇଁ ଶ୍ରୀମନ୍ଦିରରେ ବିଭିନ୍ନ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ସେପଟେ ଶ୍ରୀଜିଉଙ୍କ ନବଯୈାବନ ଦର୍ଶନ ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଛି । ଏନେଇ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିମଳକୁ ପ୍ରଶାସନ ଗୁରୁତ୍ୱ ଦେଇଛି । ଅନ୍ୟପଟେ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କ ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ।