ପୁରୀ : ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

23

କନକ ବ୍ୟୁରୋ : ପୁରୀରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଏସପି ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ଚଳିତବର୍ଷ ଘୋଷଯାତ୍ରାକୁ କିଭଳି ଶାନ୍ତିଶୃଙ୍ଖଳାର ସହ କରାଗଲା ଏବଂ କେଉଁଠି ବିଶୃଙ୍ଖଳା ରହିଥିଲା ତାକୁ ନେଇ ଆଲୋଚନା ହୋଇଛି ।

ତେବେ ପରିଚାଳନା କମିଟିର କାର୍ଯ୍ୟକାଳ ସରି ସରି ଆସୁଥିବାରୁ ଏହି ବୈଠକର ବିଶେଷ ଗୁରୁତ୍ୱ ରହିଛି । କାହିଁକି ନା ଏହି କମିଟିର କାର୍ଯ୍ୟକାଳ ଭିତରେ ନବକଳେବର ମହାବିଭ୍ରାଟ ଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ଏଯାଏଁ ମହାବିଭ୍ରାଟର ରିପୋର୍ଟ ନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ଏବେ ବି ରାଜ୍ୟବାସୀ ଅନ୍ଧାର ଭିତରେ ରହିଛନ୍ତି ।