ଜନ୍ମବେଦୀରେ ଜଗନ୍ନାଥ ! ଗୋଟି ପହଣ୍ଡିରେ ଆଡପମଣ୍ଡପ ବିଜେ କଲେ ଶ୍ରୀଜୀଉ

32

କନକ ବ୍ୟୁରୋ : ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କଲେ ତିନି ଠାକୁର । ଏଥିପାଇଁ ଚଳଚଂଚଳ ଗୁଣ୍ଡିଚା ମନ୍ଦିର । ରଥ ଉପରେ ଅନ୍ୟାନ୍ୟ ନୀତି ପରେ ସଂଧ୍ୟା ଧୂପ କରାଯାଇ ତିନି ରଥରୁ ଘୋଡା ଫିଟାଯାଇ ଚାରମାଳ ଲଗାଯାଇଥିଲା । ଚତୁଧାମୂର୍ତିଙ୍କୁ ପହଣ୍ଡି କରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଜନ୍ମ ବେଦୀକୁ ନିଆଯାଇଛି । ମହାପ୍ରଭୁ ଆଡପମଣ୍ଡପକୁ ବିଜେ କରିବା ପରେ ବୁଧବାର ଦିନ ବନକଲାଗି ନୀତି ହେବ ।

ପରେ ଆଡପମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ ସହ ଭକ୍ତଙ୍କ ପାଇଁ ଆଡପ ଅବଢା ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ପହଣ୍ଡି ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ସହ ସମନ୍ୱୟ ରଖି ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।