ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା : ଷଡଯନ୍ତ୍ରକାରୀକୁ ଦଣ୍ଡ, ହତ୍ୟାକାରୀ ଫେରାର୍

45

ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ସ୍କୁଲ ଇନ୍ସପେକଟର ନେତ୍ରାନନ୍ଦ ଦଣ୍ଡସେନାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ନେତ୍ରାନନ୍ଦ ହିଁ ଥିଲା ଏ ପୁରା ଘଟଣାର ଷଡଯନ୍ତ୍ରକାରୀ । ତେବେ ଇତିଶ୍ରୀଙ୍କ ଉପରେ କିରୋସିନ୍ ଢାଳି କିଏ ଲଗାଇଥିଲା ନିଆଁ । କିଏ ସେହି ବ୍ଲୁ ଜିନ୍ସ ପିନ୍ଧିଥିବା ହତ୍ୟାକାରୀ । ସେକଥା ଉଭୟ କ୍ରାଇମବ୍ରାଂଚ ଓ ସିବିଆଇ ପାଖରେ ନାହିଁ ।

୨୭ ଅକ୍ଟୋବର ୨୦୧୩ରେ ଶିକ୍ଷୟିତ୍ରୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ ö ଗୁରୁତର ଶିକ୍ଷୟିତ୍ରୀଙ୍କୁ ପ୍ରଥମେ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରାଗଲା । ଅବସ୍ଥା ବିଗିଡ଼ିବାରୁ ବିଶାଖାପାଟଣାର ସେଭେନ ହିଲ୍ସ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୪ ଦିନ ଧରି ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନଭେମ୍ବର ୧ , ୨୦୧୩ରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ଶିକ୍ଷୟିତ୍ରୀ । ଇତିଶ୍ରୀଙ୍କ ମୃତ୍ୟୁ ପରେ ୨ ନଭେମ୍ବର ୨୦୧୩ରେ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦେଶ ଦେଇଥିଲେ । ଏହାପରେ ୨୦୧୪ରେ ଇତିଶ୍ରୀ ହତ୍ୟାକାଣ୍ଡ ମାମଲା ସୁପ୍ରିମକୋର୍ଟ ପହିଂଚିବା ପରେ ରାଜ୍ୟ ପ୍ରାଶାସନିକ ତଦନ୍ତ ନିର୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଥିରେ କୌଣସି ଅଗ୍ରଗତି ହୋଇନଥିବା ସର୍ବୋଚ୍ଚ ନ୍ୟାୟାଳୟ ହୃଦୟଙ୍ଗମ କରିବା ପରେ ତଦନ୍ତ ଦାୟିତ୍ୱ ୨୦ ଜାନୁଆରୀ ୨୦୧୫ରେ ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହାପରେ ରାୟଗଡାରେ ୪୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲା ସିବିଆଇ । ତେବେ ଏବେ ସିବିଆଇ ତଦନ୍ତ ଜାରି ରହିଥିବା ବେଳେ କ୍ରାଇମବ୍ରାଂଚ  ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ ଡିଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୈାରାଜଜ୍ ।