ଡିଏଫଓଙ୍କ କଳାଧନ କାରବାର ମାମଲା ! ଦ୍ୱିତୀୟ ଦିନରେ ଆୟକର ବିଭାଗର ଛାନଭିନ ଜାରି

38

କନକ ବ୍ୟୁରୋ : ଡିଏଫଓଙ୍କ କଳାଧନ କାରବାର ମାମଲାରେ ଆୟକର ବିଭାଗର ଛାନଭିନ ଜାରି ରହିଛି । ଆଜି ଦ୍ୱିତୀୟ ଦିନରେ ନୂଆପଡା ଖଡିଆଳ ଡିଏଫଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ୱର ଘର ସମେତ ୨ଟି ସ୍ଥାନରେ ଛାପା ମାରିଛନ୍ତି ଆୟଗଡ ବିଭାଗର ଅଧିକାରୀ । ଭୁବନେଶ୍ୱର ଘର ଓ ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ଘରେ ଚଢାଉ ଜାରି ରହିଛି । ଏହାସହ କୋଟିପତି ଡିଏଫଓଙ୍କ ଆକାଉଂଟର ଛାନଭିନ୍ କରାଯାଉଛି । ବିମୁଦ୍ରାକରଣ ବେଳେ ୩ କୋଟି ଟଙ୍କା ଡିପୋଜିଟ୍ କରି ସ୍କାନରକୁ ଆସିଛନ୍ତି ଡିଏଫଓ ଶରତ ଚନ୍ଦ୍ର ପଣ୍ଡା ।