ପଂଚାୟତ ପରୀକ୍ଷା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ : କହିଲେ, ମତ ରଖିବାର ପ୍ରକୃତ ସମୟ ଆସିନାହିଁ

42

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପରେ ଆରମ୍ଭ ହୋଇଥିବା ବିଧାନସଭାର ନବମ ଅଧିବେଶନ ବେଶ ସରଗରମ ରହିବା ସମ୍ଭାବନା ରହିଛି । ଗୃହରେ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତର ଦେବାକୁ ସରକାରୀ ଦଳ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭା ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ଏନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ ।

ଚଳିତ ବିଧାନସଭା ଅଧିବେଶନରେ କଣ ରହିବ ଶାସକ ଦଳର ପ୍ରସଙ୍ଗ ସେ ନେଇ ଆଲୋଚନା ହୋଇଛି । ପଂଚାୟତ ଫଳାଫଳ ନେଇ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ମତ ରଖିବାର ରଖିବାର ପ୍ରକୃତ ସମୟ ଆସିନାହିଁ । ୨୫ରେ ବିଧିବଦ୍ଧ ଫଳ ଘୋଷଣା ପରେ ପଂଚାୟତ ଫଳାଫଳ ନେଇ  ମତ ରଖିବି ବୋଲି କହିଛନ୍ତି ନବୀନ ।