ଇସ୍ରୋ ପାଇଁ ଆଉ ଏକ ସଫଳତା ! ଫ୍ରେଞ୍ଚ ଗୁଏନାରୁ ଉତକ୍ଷେପଣ ହେଲା ଭାରତୀୟ ସାଟେଲାଇଟ୍ GSAT31

55

କନକ ବ୍ୟୁରୋ : ଭାରତ ମହାକାଶରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି । ଭାରତର ସଂଚାର ଉପଗ୍ରହ ଜିସାଟତ ୩୧କୁ ୟୁରୋପୀୟ କମ୍ପାନୀ ଏରିୟନସ୍ପେସର ଏରିୟନ୍ ରକେଟ୍ ତରଫରୁ ବୁଧବାର ବିଳମ୍ବିତ ରାତି ୨ ଟାରେ ଜିସାଟ୍୩୧କୁ ଲଂଚ କରାଯାଇଛି । ଭାରତ ପୂର୍ବରୁ ଅନେକ ଥର ଫ୍ରେଞ୍ଚ ଗୁଏନାରୁ ଉପଗ୍ରହ ଉତକ୍ଷେପଣ କରିଛି, ଆଉ ଏବେ ଏହା ଭାରତ ପାଇଁ ଆଉ ଏକ ବଡ଼ ସଫଳତା ।

ବୁଧବାର ପ୍ରତ୍ୟୁଷରେ ଫ୍ରେଞ୍ଚ୍ ଗୁଏନା ସ୍ଥିତ ଏରିଏନ୍ ସ୍ପେସ୍ ରକେଟ୍ ଠାରେ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି । ୪୨ ମିନିଟର ଏକ ତ୍ରୁଟିହୀନ ଉଡ଼ାଣ ପରେ ଏରିଏନ୍-ଫାଇଭ୍ ଯାନ ଜିସାଟ୍-୩୧କୁ କକ୍ଷପଥରେ ଅବସ୍ଥାପିତ କରିଥିଲା । ଉତକ୍ଷେପଣ ପରେ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ନିର୍ଦେଶକ ଏସ୍ ପାଣ୍ଡିଆନ୍ କହିଛନ୍ତି, ଏରିଏନ୍-ଫାଇଭ୍ ଦ୍ୱାରା ଜିସାଟ୍-୩୧ ସଫଳ ଭାବେ ଉତକ୍ଷେପିତ ହୋଇଥିବାରୁ ମୁଁ ଆନନ୍ଦିତ । ୨୦୧୯ରେ ଏଇଟା ଇସ୍ରୋର ୩ୟ ଅଭିଯାନ । କୃତ୍ରିମ ଉପଗ୍ରହର ସଫଳ ଉତକ୍ଷେପଣ ଓ କକ୍ଷପଥରେ ସଂକ୍ଷିପ୍ତ ସ୍ଥାପନା ଲାଗି ଏରିଏନସ୍ପେସକୁ ଅଭିନନ୍ଦନ ।

୨, ୫୩୫ କିଲୋ ଓଜନ ବିଶିଷ୍ଟ ଜିସାଟ୍-୨୧ କକ୍ଷପଥରେ ଘୂରିବୁଲୁଥିବା କେତେକ କୃତ୍ରିମ ଉପଗ୍ରହର ସେବାଯୋଗାଣରେ ନିୟମିତା ବଜାୟ ରଖିବାରେ ସହାୟକ ହେବ। ଏହା ହେଉଛି ଦେଶର ୪୦ତମ ଯୋଗାଯୋଗ କୃତ୍ରିମ ଉପଗ୍ରହ । ଏହାର ପରମାୟୁ ୧୫ ବର୍ଷ ଏବଂ ଏହା ଭିସାଟ୍ ନେଟ୍ଓ୍ଵର୍କ, ଟେଲିଭିଜନ୍ ଅପଲିଙ୍କ୍‌, ଡିଜିଟାଲ୍ ସାଟେଲାଇଟ୍ ନିଉଜ୍ ଗ୍ୟାଦରିଙ୍ଗ୍, ଡିଟିଏଚ୍-ଟେଲିଭିଜନ୍ ସର୍ଭିସ୍, ସେଲୁଲାର୍ ବ୍ୟାକ୍ହଲ୍ ସଂଯୋଗ ଆଦି କ୍ଷେତ୍ରରେ କାର‌୍ୟ୍ୟ କରିବ ।