ନ୍ୟାୟ ମାଗୁଛନ୍ତି ନର୍ଗିସ୍ ! ଜଣେ ଇରାନୀ ଝିଅର ଆକୁଳ ନିବେଦନ

56

ଆମର ବ୍ୟବସ୍ଥା କିଭଳି ଜଣେ ବିଦେଶିନୀକୁ ମାସ ମାସ ଧରି ମାନସିକ ନିର୍ଯାତନା ଭିତରେ ପକାଉଛି ତା’ର କାହାଣୀ ଆମକୁ କହିବେ ଇରାନର ନାଗରିକ ନର୍ଗିସ । ୬ ବର୍ଷ ତଳେ ଇରାନରୁ ଯାଇ କାନାଡାରେ ପାଠପଢ଼ୁଥିବା ନର୍ଗିସ ଓଡ଼ିଶା ସଂପର୍କରେ ଜାଣିବାକୁ ପାଇଥିଲେ । ରାୟଗଡ଼ାର ଦୁର୍ଗମ ଅଂଚଳରେ ପିଲାଙ୍କ ସହ କାମ କରିବା ପାଇଁ ସେ ନିଷ୍ପତି ନେଇଥିଲେ । ପ୍ରାୟ ୬ ବର୍ଷ ଧରି ଏହି ଅଂଚଳରେ କାମ କରି ଲୋକପ୍ରିୟ ହୋଇଥିବା ନର୍ଗିସ ହଠାତ ଏକ ବିବାଦରେ ଫସିଯାଇଥିଲେ ।

ସେ ଚଳାଉଥିବା ଆଶ୍ରମର କିଛି ପିଲା ପିକନିକ୍ କରିବା ପାଇଁ ସ୍ଥାନୀୟ ନଈ କୁଳକୁ ଯାଇଥିଲେ । ନଈ କୁଳରେ ପିକନିକ୍ ଚାଲିଥିବା ବେଳେ ହଠାତ ଗୋଟିଏ ପିଲା ନଈରେ ଭାସି ଯାଇଥିଲା । ପିଲାର ବାପା ମା ବି ଯାଇଥିଲେ । ହେଲେ ଦୋଷ ପଡ଼ିଲା ନର୍ଗିସଙ୍କ ଉପରେ । ବର୍ଷ ବର୍ଷ ଧରି ସ୍ଥାନୀୟ କୋର୍ଟରୁ ସୁପ୍ରିମକୋର୍ଟ ଧାଉଁଛନ୍ତି ନ୍ୟାୟ ପାଇବା ପାଇଁ । ସ୍ଥାନୀୟ କଲେକ୍ଟର ନିର୍ଦ୍ଦେଶ ତାଙ୍କ ରିପୋର୍ଟରେ କହିଛନ୍ତି । ଏହା ଏକ ଦୁର୍ଘଟଣା ଓ ଅଭିଯୋଗ ଭିତିହିନ ବୋଲି ରିପୋର୍ଟ ଦେଇଛନ୍ତି ।

କିନ୍ତୁ ନର୍ଗିସଙ୍କ ସମସ୍ୟା ଛିଣ୍ଡୁନି । କୋର୍ଟ କେସ ପାଇଁ ମାସ ମାସ ଧରି ନୟାନ୍ତ ହେଉଛନ୍ତି । ଶେଷରେ ସୁପ୍ରମିକୋର୍ଟ କହିଛନ୍ତି କେସର ତୁରନ୍ତ ସମାଧାନ କରିବା ପାଇଁ । ନର୍ଗିସ କହୁଛନ୍ତି ମୋର ଭୁଲ କଣ ? କଣ ଅଭିଯୋଗ ଅଛି ଯେ ମୁଁ କୋର୍ଟ କଚେରୀର ଚକ୍କର କାଟିବି । ଓଡ଼ିଶାର ଅନାଥ ଆଦିବାସୀ ପିଲାଙ୍କ ପାଇଁ ପରିବାର ଛାଡି, କାନାଡା ଏବଂ ଇରାନର ନାଗରିକତ୍ୱ ଛାଡ଼ି ଯଦି ଦୁର୍ଗମ ଗାଁରେ ରହିପାରିଲି । ଆଦିବାସୀ ଅନାଥ ପିଲା ଯଦି ମୋ ଜୀବନକୁ ଏତେ ପ୍ରଭାବିତ କଲେ । ମୋର କାମ ପାଇଁ ମୁଁ ପ୍ରସ୍ତୁତ ।

କିନ୍ତୁ ଏଭଳି ଏକ ଦୁର୍ଘଟଣା ପାଇଁ କାହିଁକି ଦାୟୀ କରାଯିବା । ଏବଂ ବର୍ଷ ବର୍ଷ ଧରି ପ୍ରଶାସନର ପେଂଚ ମୋତେ ଅସହାୟ ବନାଇବ କାହିଁକି । ମୁଖ୍ୟମନ୍ତ୍ରୀଙ୍କୁ ବି ଭେଟିଛି । ହେଲେ ସ୍ଥାନୀୟ ପ୍ରଶାସନ କହୁଛି ୫ ଲକ୍ଷ ଟଙ୍କା ଦେଇ କେସକୁ ରଫାଦଫା କରିବା ପାଇଁ । କିନ୍ତୁ ନର୍ଗିସଙ୍କ ଯୁକ୍ତି ହେଉଛି ଯଦି ମୁଁ ଭୁଲ କରିନି ଟଙ୍କା ଦେବି କାହିଁକି । କିଛି ଏନ୍ଜିଓ ଏବଂ କିଛି ଖଳ ପ୍ରକୃତିର ଲୋକ ନର୍ଗିସକୁ ଫସାଇ ଦେବା ପାଇଁ ଚାହୁଁଛନ୍ତି । ଯେଉଁଥି ପାଇଁ ତାଙ୍କୁ କୋର୍ଟର ଚକ୍କର କାଟିବାକୁ ପଡ଼ୁଛି । କୋର୍ଟରେ କଣ ହେବ ତାଙ୍କ ଭାଗ୍ୟ ସେ ଜାଣି ନାହାଁନ୍ତି । ତାଙ୍କ ଦାବି ହେଉଛି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଏବଂ ବିନା ପକ୍ଷପାତିତାରେ ତାଙ୍କୁ ନ୍ୟାୟ ମିଳୁ ।

ସାରା ଓଡ଼ିଶା ପାଇଁ ଏ ହେଉଛି ଜଣେ ବିଦେଶୀନିଙ୍କ ଆବେଦନ । ଯିଏ ଓଡ଼ିଆରେ ସାକ୍ଷାତାକାର ଦେଇ ନିଜର ଆକୁଳ ନିବେଦନ କରିଛନ୍ତି । ନର୍ଗିସଙ୍କ ନିବେଦନକୁ ଆମେ ଓଡ଼ିଶା ସାମ୍ନାରେ ରଖୁଛୁ । ଆଶା କରିବୁ ପ୍ରକୃତରେ ସଚ୍ଚା ଉର୍ଦ୍ଦେଶ୍ୟ ରଖି କାମ କରୁଥିବା ଜଣେ ବିଦେଶୀନିଙ୍କ ପାଇଁ ଆମେ ଆମର ନୈତିକ ଦାୟତ୍ୱ ତୁଲାଇବା । ଯଦି ସତରେ ସ୍ଥାନୀୟ ଅଂଚଳର କିଛି ଲୋକ ଜଣେ ବିଦେଶୀନିକୁ ହଇରାଣ କରିବା ପାଇଁ ଚେଷ୍ଟା କରୁଛନ୍ତି ସେ ଦିଗରେ ଓଡ଼ିଶାର ସ୍ୱର ସାଣିତ ହେବା ଉଚିତ୍ ।