କନକ ବ୍ୟୁରୋ : ସାବଧାନ୍ ! ଆପଣଙ୍କ ପକେଟରେ ବି ଥାଇପାରେ ନକଲି ୫୦୦ଟଙ୍କିଆ ନୋଟ୍ । କାରଣ ରାଜଧାନୀରେ ଛପା ହେଉଛି ନକଲି ୫ ଶହ ଟଙ୍କିଆ । ସାଲିଆସାହିର ଜଣଙ୍କ ଘରେ ଚଢଉ କରି ଛପା ପାଇଁ ବ୍ୟବହାର ହେଉଥିବା ଜେରକ୍ସ ମେସିନ ଓ କାଗଜ ଜବତ ହୋଇଥିବା ସୂଚନା ମିଳିଛି । ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ବାରିପଦାରୁ ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶାଗେନ ଟୁଡୁ ଗିରଫ ହେବା ପରେ । ଶାଗେନଙ୍କୁ ନେଇ ରାଜଧାନୀର କେତେକ ସ୍ଥାନରେ ଚଢଉ କରିଥିଲା ବାରିପଦା ପୋଲିସ । ଶାଗେନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶାଗେନର ବୟାନ ଅନୁସାରେ ଭୁବନେଶ୍ୱରର ସାଲିଆସାହିର ଜଣଙ୍କ ଘରେ ଚଢଉ କରି ଛପା ପାଇଁ ବ୍ୟବହାର ହେଉଥିବା ଜେରକ୍ସ ମେସିନ ଓ କାଗଜ ଜବତ କରିଥିବା ସୂଚନା ମିଳିଛି । ଗତ ୯ ତାରିଖ ଦିନ ବାରିପଦା ଟାଉନ୍ ଥାନା ପୋଲିସ ଶୁନଗଡିଆ ଅଂଚଳରୁ ଶାଗେନ୍ ଟୁଡୁକୁ ଗିରଫ କରିଥିବା ବେଳେ ତାହାଠୁ ୩୨ଟି ନୂଆ ୫୦୦ ଟଙ୍କିଆ ଜାର୍ ନୋଟ୍ ଜବତ କରିଥିଲା । ଆଦିବାସୀଙ୍କୁ ଟାର୍ଗେଟ କରି ଏହି କାରବାର ସେ କରୁଥିବା କୁହାଯାଉଛି । ତେବେ ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ଶାଗେନକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।