ଦିଲ୍ଲୀରେ ସୁଷମାଙ୍କୁ ଭେଟିଲେ ନବୀନ ! ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ନେଇ ଆଲୋଚନା

37

କନକ ବ୍ୟୁରୋ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି । ଏହି ଅବସରରେ ପୋଷ୍ଟ ଅଫିସ ପାରପୋର୍ଟ ସେବା କେନ୍ଦ୍ର, ବିଦେଶରେ ଚାକିରି କରୁଥିବା ଭାରତୀୟ ଶ୍ରମିକଙ୍କ ସମସ୍ୟା ତଥା ସେମାନଙ୍କ ତଥ୍ୟାବଳୀକୁ ରାଜ୍ୟ ସରକାରଙ୍କ ସହ ଆଦାନପ୍ରଦାନ ସଂପର୍କରେ ଆଲୋଚନା କରିଥିଲେ । ଓଡିଶାରେ ବାଲେଶ୍ୱର, ବ୍ରହ୍ମପୁର ଓ ଭବାନୀପାଟଣାରେ ପାସପୋର୍ଟ ସେବାକେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଥିଲେ । ଏହାଦ୍ୱାରା ପାସପୋର୍ଟ ପାଇଁ ଦୂରଦୂରାନ୍ତ ଅଂଚଳରୁ ଯିବାର ଅସବିଧା ଦୂର ହେବ ବୋଲି ନବୀନ କହିଥିଲେ ।

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟରତ ଥିବା ଓଡିଶାର ଅନେକ କର୍ମଚାରୀ ଅନେକ ସମୟରେ ଶୋଷଣର ଶୀକାର ହେଉଛନ୍ତି । ସେମାନଙ୍କର ଚାକିରି, ଦରମା , ବୀମା ଓ କ୍ଷତିପୂରଣ ବାବଦରେ ସମସ୍ୟା ଉପୁଜୁଛି । ଏହି ଶ୍ରମିକ ମାନଙ୍କର ତଥ୍ୟ ନଥିବାରୁ କୌଣସି ପ୍ରକାର ଅଘଟଣ ସମୟରେ ସହାୟତା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏହି ତଥ୍ୟ ଉପଲବ୍ଧ କରାଇବାକୁ ସେ ଦାବି କରିବା ସହ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସୁଷମାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –