୬ବର୍ଷ ଯାଏ ହୋଇଥିଲେ ଅସଫଳ ! ଏହାପରେ ୨ଟଙ୍କାରେ ଇଂଟରନେଟ୍ ବିକ୍ରି କରିବାର ଆସିଲା ଉପାୟ , ଜିଓକୁ ଦେଲେ କଡ଼ା ଟକ୍କର

63

ଆପଣ କେବେ ଭାବିଛନ୍ତି କୌଣସି ଚା’ ଦୋକାନରେ ଇଂଟରନେଟ୍ କିଣିବା ପାଇଁ । ପୁଣି ଏହା ୨ଟଙ୍କାରେ । କିଛି ଦିନ ପୂର୍ବରୁ ଏହି ଭାବନା କେବେ ବି ମନରେ ଆସିନଥିବ । କିନ୍ତୁ ବେଙ୍ଗାଲୁରୁର ୱାୟରଲେସ୍ ନେଟୱର୍କ ଷ୍ଟାର୍ଟଅପ୍ ୱାଇଫାଇ ଡବବା ଏପରି ସୁବିଧା ଆରମ୍ଭ କରି ଚର୍ଚ୍ଚିତ ପାଲଟିଛନ୍ତି । ଶସ୍ତା ଇଂଟରନେଟ୍ ଦେଉଥିବା ଜିୟୋକୁ ଏହି ଷ୍ଟାର୍ଟଅପ୍ ଟକ୍କର ଦେଇଛି । ଫଳରେ ଆପଣ ଏବେ ବେଙ୍ଗାଲୁରୁର ଅନେକ ଚା’ ବିକା ଠେଲା ଗାଡିରେ ଓ ଗ୍ରୋସରୀ ଦୋକାନରେ ମାତ୍ର ୨ଟଙ୍କାରେ ଇଂଟରନେଟ୍ କିଣି ପାରିବେ ।

ଯେଉଁ ସମୟରେ ରିଲାଏନ୍ସ ଜିୟୋ ମୁକ୍ତ ଇଂଟେନେଟ୍ ଦେବାକୁ ଆରମ୍ଭ କଲା । ସେହି ସମୟରେ ୱାଇଫାଇ ଡବ୍ୱା ବ୍ୟବସାୟ ଆରମ୍ଭରୁ ନିଜର ପରିଚୟ ବନେଇଦେଇଛି । ବର୍ତ୍ତମାନ ଏହି ଷ୍ଟାର୍ଟଅପ୍ ବେଙ୍ଗାଲୁରୁର ଅନେକ ସହରରେ ୨ଟଙ୍କାରେ ଇଂଟରନେଟ୍ ସେବା ଯୋଗାଉଛି । କିନ୍ତୁ ଆଜି ଲୋକଙ୍କୁ ୨ଟଙ୍କାରେ ଇଂଟରନେଟ୍ ଦେଉଥିବା ଏହି ଷ୍ଟାର୍ଟଅପ୍ ର ଆରମ୍ଭ ଅନେକ ଅସଫଳ ପରେ ହୋଇଥିଲା ।

ୱାଇଫାଇ ଡବବାର ଆରମ୍ଭ ଶୁଭେନ୍ଦୁ ଶର୍ମା ଓ କରମ୍ ଲକ୍ଷ୍ମଣ ଉଭୟ ମିଶି କରିଥିଲେ । ଆଜତକ୍ ଡଟ୍ ଇନ୍ ସହ ସ୍ୱତନ୍ତ୍ର କଥାବାତ୍ତାରେ ଶୁଭେନ୍ଦୁ କହିଛନ୍ତି ୱାଇଫାଇ ଡବବା ୬ ବର୍ଷର ଅସଫଳତା ଓ ୩୩ରୁ ଅଧିକ ଆପ୍ ଆରମ୍ଭ ହୋଇ ବନ୍ଦ ହେବା ପରେ ସଫଳତା ମିଳିଥିଲା । ଗତ ୬ ବର୍ଷ ସମୟରେ ଆମେ ଶିଖିଲୁ କି ଆମେ ଏହି ଲୋକମାନଙ୍କ ପାଇଁ କିଛି କରିବା ଜରୁରୀ , ଯେଉଁମାନେ ଇଂଟରନେଟ୍ ସୁବିଧାରୁ ବଂଚିତ । ଶୁଭେନ୍ଦୁ କହିଛନ୍ତି କରମଙ୍କ ସହ ୱାଇଫାଇ ଡବବା ତାଙ୍କର ୩ୟ ଷ୍ଟାର୍ଟଅପ୍ ଅଟେ ।

ୱାଇଫାଇ ଡବବା ଆରମ୍ଭ କରିବାର ଇଚ୍ଛା କେମିତି ଆସିଲା?
ଶୁଭେନ୍ଦୁ କୁହନ୍ତି ଆମେ ଗତ ୬ ବର୍ଷ ସମୟରେ ସୋସିଆଲ୍ ମିଡିଆରୁ ନେଇ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ଅନେକ ଆପ୍ ପ୍ରସ୍ତୁତ କରିଛୁ । ୨୦୧୬ରେ ଆମେ ଏକ ଆପ୍ ‘ଷ୍ଟେପନୀ’ ଲଂଚ କରିଥିଲୁ । ଏହି ଆପ୍ କୁ ଆମେ ଟ୍ୟାକ୍ସି ଡ୍ରାଇଭରଙ୍କୁ ଧ୍ୟାନରେ ରଖି ବନାଇଥିଲୁ । ଏହି ଆପ୍ ଜରିଆରେ ଆମେ ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ଏକ ଏମିତି ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଚେଷ୍ଟା କଲୁ , ଯେଉଁଥିରେ ସେମାନେ ସହଜରେ ନିଜର ମତ ବ୍ୟକ୍ତ କରିପାରିବେ । କିନ୍ତୁ ଆମକୁ ଏଥିରେ ସଫଳତା ମିଳିଲାନାହିଁ । ଏହି ସମୟରେ ଆମକୁ ଜଣାପଡିଲା କି ଟ୍ୟାକ୍ସି ଡ୍ରାଇଭର ଆମର ଆପ୍ କୁ ଦୁଇଟି କାରଣରୁ ରୁଚି ରଖୁନାହାଁନ୍ତି । ଗୋଟିଏ ହେଲା ସହରରେ ଖରାପ ଇଂଟେନରଟ୍ ସଂଯୋଗ । ଏବଂ ଦ୍ୱିତୀୟଟି ସେମାନଙ୍କ ପାଇଁ ଆମ ଆପ୍ କୁ କିଣିବା ମହଙ୍ଗା ହେଉଛି । ସେତେବେଳେ ଆମେ ଚିନ୍ତା କଲୁ କାହିଁକି ସାଧାରଣ ଲୋକଙ୍କ ପାଇଁ ଏକ ଶସ୍ତା ଇଂଟରନେଟ୍ ସେବା ଆରମ୍ଭ କରାନଯିବ । ଏବଂ ଏହିଭଳି ଭାବେ ଆରମ୍ଭ ହେଲା ‘ୱାଇଫାଇ ଡବବା ’ ।

ଆରମ୍ଭ କେମିତି ହୋଇଥିଲା ?
ୱାଇଫାଇ ଡବବା ଆରମ୍ଭ କରିବାର ବିଚାର ମନରେ ଆସିବା ପରେ ୪ରୁ ୫ ସପ୍ତାହ ମଧ୍ୟରେ ଆମେ ଏହାର ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଥିଲୁ । ଆମେ ଟ୍ରାଏଲ୍ ଭାବେ ଏହାକୁ ଅନେକ ଚା’ ବିକାଳୀଙ୍କ ଷ୍ଟଲ ପାଖରେ ଲଗାଇଲୁ । ପ୍ରୋଟୋଟାଇପ୍ ଲଗାଇବାର କିଛି ଘଣ୍ଟା ଭିତରେ ଡଜନ୍ ଲୋକେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ଆମେ ଦେଖିଲୁ ଏହାକୁ ବଡ ସ୍ତରରେ ପହଁଚାଇବାର ଆବଶ୍ୟକ । ଏହାପରେ ଆମେ ଏହାର ବିକ୍ରି ବଢାଇଲୁ ।

ଜିଓରେ ପ୍ରବେଶରେ କ’ଣ ପ୍ରଭାବ ପଡିଲା ?
୨୦୧୬ମସିହା ମଧ୍ୟ ଭାଗରେ ରିଲାଏନ୍ସ ଜିଓ ଶସ୍ତା ଇଂଟରନେଟ୍ ଆଣି ଧମାକା କଲା । ଜିଓର ପ୍ଲାନ ଏହି ସମୟରେ ଖୁବ୍ ଶସ୍ତା ଥିଲା । ଏହି ସମୟରେ ଜିଓର ପ୍ରଭାବ ବିଷୟରେ ଜାଣିବାକୁ ଏକ ସର୍ଭେ କରାଗଲା । ଆମେ ପଚାରିଲୁ କି ଜିଓ ଆସିବା ପରେ ବି ଲୋକେ କାହିଁକି ୱାଇଫାଇ ଡବ୍ୱାର ଇଂଟରନେଟ୍ ବ୍ୟବହାର କରୁଛନ୍ତି । ସର୍ଭେରୁ ଜଣାପଡିଲା ଯେ ଜିଓର ଶସ୍ତା ଇଂଟରନେଟ୍ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏବେ ଶସ୍ତା ନାହିଁ ଏଥିରୁ ଆମକୁ ଶକ୍ତି ମିଳିଲା । ଏବଂ ଆମେ ନିଜର କାମ ଉପରେ ଫୋକସ୍ କଲୁ । ଆହୁରି ଭଲ କରିବା ଦିଗରେ ଆଗେଇଲୁ ।

କେମିତି ଦିଆଯାଉଛି ଏତେ ଶସ୍ତାରେ ଇଂଟରନେଟ୍ ସେବା ?
ଏହି କଂପାନୀ ସଫ୍ଟୱେର ଓ ହାର୍ଡୱେରକୁ ଏମିତି ଭାବେ ପ୍ରସ୍ତୁତ କରିଛି କି ଏହି କାରଣରୁ ଗ୍ରାହକ ଏହାକୁ କିଣିଲେ ମହଙ୍ଗା ପଡେନାହିଁ । ଶୁଭେନ୍ଦୁ କୁହନ୍ତି , ଆମେ ଗ୍ରାହକଙ୍କୁ ୧୦୦ଏମବିପିଏସ୍ ଲାଇନ୍ , ପ୍ରମୁଖ ଭାବେ ପ୍ରସ୍ତୁତ କରାଯାଇଥିବା ରାଇଟ୍ସ ଓ ଟୋକନ୍ ଦେଇଥାନ୍ତି । ଏହି ଟୋକନକୁ ଦୋକାନୀ ବିକ୍ରି କରିଥା’ନ୍ତି । ଏବଂ ଲୋକଙ୍କୁ ଏହି ଅନୁସାରେ ଇଂଟରନେଟ୍ ଶସ୍ତାରେ ମିଳିପାରିଛି ।

(ସୌଜନ୍ୟ- ଆଜତକ୍ )