ବିବାହ ପରେ ବିସିସିଆଇ ଜାରି କଲା ବିରାଟ ଅନୁଷ୍କାଙ୍କ ମୁମ୍ବାଇ ଫ୍ଲାଟର ଫଟୋ : ୩୪ କୋଟିରେ କିଣିଲେ ବିଳାସପୂର୍ଣ୍ଣ ଘର

27

କନକ ବ୍ୟୁରୋ : ଲଭ ବାର୍ଡରୁ ଏବେ ମ୍ୟାରେଡ୍ କପଲ ହୋଇଛନ୍ତି ମୋଷ୍ଟ ପପୁଲାର ସେଲିବ୍ରିଟି ବିରାଟ କୋହଲୀ ଓ ଅନୁଷ୍କା ଶର୍ମା । ସବୁ  ଗସିପକୁ ପଛରେ ପକାଇ ସବୁଦିନ ପାଇଁ ଅନୁଷ୍କାଙ୍କ ହାତ ଧରିଛନ୍ତି ବିରାଟ । ଇଟାଲୀରେ ହୋଇଥିବା ଏମାନଙ୍କ ବିବାହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ଥିବାବେଳେ ଏବେ ବିରୁଷ୍କାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି କିଛି ରୋଚକ କଥା । ମୁମ୍ବାଇରେ ବିରାଟ୍ କିଣିଥିବା ନୂଆ ଫ୍ଲାଟର କିଛି ଫଟୋ ପୋଷ୍ଟ କରିଛି ବିସିସିଆଇ । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ବଢ଼ିଛି।

ନିଜ ଜୀବନସାଥୀ ଅନୁଷ୍କାଙ୍କ କ୍ୟାରିୟର ପାଇଁ ବିରାଟ କିଣିଛନ୍ତି ଏହି ବିଳାସପୂର୍ଣ୍ଣ ଫ୍ଲାଟ୍ । ମୁମ୍ବାଇ ୱର୍ଲିରେ ରହିଛି ଏହି ଘର । ୧୯୭୩ ଓମକାରା ଆପାର୍ଟମେଂଟ୍ର ୩୫ ତମ ମହଲାରେ ଏହି ଫ୍ଲାଟ୍ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ରହିଛି ପ୍ରାୟ ୩୪କୋଟି ଟଙ୍କା । ଆପଣ ଦେଖିପାରୁଥିବେ ବାଲକୋନୀ ସାମ୍ନାରେ ରହିଛି କିଚେନ ସହ ଡାଇନିଂ ହଲ । ଇଏ ହେବ ବିରୁଷ୍କାଙ୍କ ହଲ ଆଉ ଏମିତି ଦେଖାଯିବ ସେଲିବ୍ରିଟି କପଲଙ୍କ ଷ୍ଟଡି ରୁମ୍ । ତେବେ ଘରର ବାଥରୁମ ଟୁ ଡ୍ରେସିଂ ରୁମ୍ ପ୍ରତି ଦିଆଯାଇଛି ବିଶେଷ ଧ୍ୟାନ । ସବୁଠୁ ଆର୍କଷଣୀୟ ରହିଛି ସମୁଦ୍ର ସାମ୍ନାରେ ଥିବା ବିରୁଷ୍କାଙ୍କ ବାଲକୋନୀ । ବିଲଡିଂର ୩୫ ତମ ମହଲାରୁ ପୂରା ମୁମ୍ବାଇ ସହରର ମନଲୋଭା ଦୃଶ୍ୟର ମଜା ନେଇପାରିବେ ବିରୁଷ୍କା । ୨୦୧୮ ଜାନୁଆରୀରେ ଏହି ବହୁଚର୍ଚ୍ଚିତ ଯୋଡ଼ି ଗୃହପ୍ରବେଶ କରିବାର ଜଣାପଡ଼ୁଛି । ଯାହା ପୁଣି ଚର୍ଚ୍ଚାରେ ରଖିଛି ବିରୁଷ୍କାଙ୍କୁ ।

ଇଟାଲୀର ବିବାହ କାର୍ଯ୍ୟକ୍ରମ ଶେଷ କରି ଉଭୟ ବିରାଟ ଓ ଅନୁଷ୍କାଙ୍କ ପରିବାର ଏବେ ମୁମ୍ବାଇ ଫେରିଛନ୍ତି । ତେବେ ଆସିନାହାନ୍ତି ନୂଆ ମ୍ୟାରେଡ କପଲ । ବିବାହ ପରର ଖାସ୍ ସମୟକୁ ଏକାଠି କାଟିବା ପରେ ଖୁବଶୀଘ୍ର ଫେରିବେ ବିରୁଷ୍କା ଓ ଫ୍ୟାନ ଦେଖି ପାରିବେ ଏହି ମିସେସ ଅନୁଷ୍କା ଶର୍ମା କୋହଲୀଙ୍କୁ । ତେବେ ଦୁହିଁଙ୍କ ହନିମୁନ୍ ପ୍ଲାନ୍ ଓ ନ୍ୟୁ ଇୟର୍ ସେଲିବ୍ରେସନ୍ ସମ୍ପର୍କରେ ଏବେ ଚର୍ଚ୍ଚା ଜାରି ରହିଛି ।