ମାତ୍ର ଏକ କିଲୋ ଚାଉଳ ପାଇଁ ହତ୍ୟା, ଆଳୁ କିଲୋପ୍ରତି ୧୭,୦୦୦ ଟଙ୍କା ! କେଉଁଠି ହୋଇଛି ଏପରି ଅବସ୍ଥା ?

556

ଭେନେଜୁଏଲା ବର୍ତ୍ତମାନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ ଗଣ୍ଡେ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ମିଡ଼ିଆ ରିପୋର୍ଟ ଅନୁସାରେ ଏଠାରେ ଏକ କିଲୋ ଚାଉଳ ପାଇଁ ଲୋକେ ଜଣେ ଜଣକୁ ଜୀବନରୁ ମାରି ଦେବାପାଇଁ ମଧ୍ୟ ପଛାଉ ନାହାନ୍ତି । ଏସବୁ ସତ୍ୱେ ଭେନେଜୁଏଲାର ରାଷ୍ଟ୍ରପତି ଅନ୍ତର୍ଜାତୀୟ ସାହାଯ୍ୟ ପାଇଁ ମନା କରିଦେଇଛନ୍ତି । ଆମ ଦେଶ ଗରୀବ ନୁହେଁ ଆମେ ସାହାଯ୍ୟ ନେଇପାରିବୁ ନାହିଁ ବୋଲି ସେ କହିଛନ୍ତି । ଭେନେଜୁଏଲାରେ ମୁଦ୍ରାସ୍ପିତୀ ୧୩ ଲକ୍ଷ ପର୍ଯ୍ୟନ୍ତ ବଢ଼ିଯାଇଛି ।

ବର୍ତ୍ତମାନର ପରିସ୍ଥିତି ଭେନେଜୁଏଲାରେ କହିଲେ ନସରେ । ଏକ କିଲୋ ଚିକେନର ମୂଲ୍ୟ ୧୦୨୭୭ । ସାମାନ୍ୟ ଗୋଟିଏ ମିଲ ପାଇଁ ଲୋକଙ୍କୁ ୩୪ ହଜାର ଟଙ୍କା ଦେବାକୁ ପଡ଼ୁଛି । ଗୋଟିଏ କ୍ଷୀର ପ୍ୟାକେଟର ମୂଲ୍ୟ ୫୦୦୦ରୁ ଅଧିକ ଥିବା ବେଳେ ଏକ ଡର୍ଜନ ଅଣ୍ଡାର ମୂଲ୍ୟ ରହିଛି ୬୩୩୫ । ଟମାଟୋ ମୂଲ୍ୟ ୧୧ ହଜାର, ଆଳୁ କିଲୋ ୧୭,୦୦୦ ଏବଂ ଗୋଟିଏ କୋକାକୋଲା ବୋଟଲର ମୂଲ୍ୟ ୬ ହଜାର ଟଙ୍କା ।

ଭେନେଜୁଏଲାର ଅବସ୍ଥା ଦେଖି ଆମେରିକା ଯାହାଜ ସାହାଯ୍ୟରେ କିଛି ସାମଗ୍ରୀ ପଠାଇଥିଲା । ହେଲେ ଜାହାଜକୁ ଭେନେଜୁଏଲା ଆସିବା ପୂର୍ବରୁ ହିଁ ଅଟକାଇ ଦିଆଯାଇଛି । ସୂଚନାଯୋଗ୍ୟ ଭେନେଜୁଏଲାରେ ବର୍ତ୍ତମାନ କେବଳ ଆର୍ଥିକ ନୁହେଁ ରାଜନୈତିକ ସଙ୍କଟ ମଧ୍ୟ ଦେଖାଦେଇଛି ।