ମୋଦି ସରକାରଙ୍କ ପାଇଁ ଖୁସି ଖବର ! ଦ୍ରୁତଗତିରେ ବିକଶିତ ଅର୍ଥନୀତି ଭାବରେ ପୁଣି ଠିଆ ହେଲା ଭାରତ, ବିମୁଦ୍ରାୟନ ପରେ ଟ୍ରାକ୍କୁ ଫେରୁଛି ଦେଶର ଅର୍ଥନୀତି

34

କନକ ବ୍ୟୁରୋ : ମୋଦି ସରକାରକୁ ଆଶ୍ୱସ୍ତି । ଦେଶର ଅର୍ଥବ୍ୟବସ୍ଥାରେ ଆସିଲା ସୁଧାର, ବଢ଼ିଲା ବିକାଶର ହାର । ତୃତୀୟ ତ୍ରୟମାସିକରେ ଭାରତର ଜିଡିପି ୭ଦଶମିକ୍ ୨ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଜିଡିପି ବୃଦ୍ଧି ହାର ବୃଦ୍ଧିରେ ବିଶ୍ୱରେ ଏକ ନମ୍ବର ହୋଇଛି ଭାରତ । ପଛରେ ପଡିଛି ଚୀନ୍ । ଏହି ସମୟରେ ଚୀନର ବିକାଶ ହାର ୬ଦଶମିକ୍ ୮ପ୍ରତିଶତ ରହିଛି ।

ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ତିନିମାସରେ ଜିଡିପିରେ ଏହି ଅଭିବୃଦ୍ଧି ଘଟିଛି । ତେବେ ବିକାଶ ହାର ୬ଦଶମିକ୍ ୯ପ୍ରତିଶତ ହେବ ବୋଲି ପୂର୍ବରୁ ଅର୍ଥନୀତିଜ୍ଞମାନେ ଆକଳନ କରିଥିଲେ । ମ୍ୟାନୁଫ୍ୟାକଚରିଙ୍ଗ୍ ଓ ସର୍ଭିସିଂ ସେକ୍ଟରରେ ସଫଳତା ଯୋଗୁଁ ଜିଡିପିରେ ଏହି ବୃଦ୍ଧି ଘଟିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । କିଛି ଦିନ ହେଲା ବ୍ୟାଙ୍କ ଦୁର୍ନୀତି ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚିତ ହେବାକୁ ପଡିଥିଲା । ଏଭଳି ସମୟରେ ଜିଡିପରେ ଅଭିବୃଦ୍ଧି ଖବର ସରକାରଙ୍କ ପାଇଁ ନିଶ୍ଚିତ ଭାବରେ ଆଶ୍ୱସ୍ତି ଆଣିଛି ।