ଆଜି ବାରବାଟୀ ମହାଯୁଦ୍ଧ ! ଲଙ୍କା ଦହନ ପାଇଁ ଭାରତର ମାହି ଋଣନୀତି, ସେପଟେ ୫ ଗଜ ବଢିଲା ବାଉଣ୍ଡରୀ ସୀମାରେଖା

74

କନକ ବ୍ୟୁରୋ: ଆଜି ବାରବାଟୀ ଟକ୍କର । କଟକର ବାରବାଟୀ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଆରମ୍ଭ ହେବ । ଶ୍ରୀଲଙ୍କା ସହ ସିରିଜର ପ୍ରଥମ ଟି-୨୦ ମ୍ୟାଚ  ଖେଳିବ ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ କୋହଲୀ, ଧାଓନ, ଓ କେଦାର ଯାଦବଙ୍କ ଅନୁପସ୍ଥିତିରେ ଭାରତ ପଡିଆକୁ ଓହ୍ଲାଇବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତିକଙ୍କ ଉପରେ ଦଳ ନିର୍ଭର କରିବ । ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ପରାଜୟ ଧାରା ଏଡାଇବାକୁ ବିଶେଷ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଶ୍ରୀଲଙ୍କାର ଖେଳାଳୀ ସୂଚୀରେ ଲାହିରୁ ଥିରିମାନେ ଓ ସୁରଂଗା ଲାକମାଲଙ୍କଲ ସ୍ଥାନରେ ଅଲରାଉଣ୍ଡର ଦସୁନ ସନକା ଓ ବିଶ୍ୱ ପର୍ଣାର୍ଣୋ ସାମିଲ ହୋଇଛନ୍ତି । ୨୦୧୫ ମସିହାରେ ଏକମାତ୍ର ଟ୍ୱେଂଟି ଟ୍ୱେଂଟି ମ୍ୟାଚବେଳେ ବୋତଳମାଡ ଘଟଣା ଘଟିଥିବାରୁ ପୁରୁଣା ସମ୍ମାନ ଫେରିପାଇବା ପାଇଁ ଓସିଏ କତୃପକ୍ଷ ଆପ୍ରାଣ ଉଦ୍ୟମ କରିଛନ୍ତି ।

ମଙ୍ଗଳବାର ଅପରାହ୍ନରେ ବାରବାଟୀରେ ପହଞ୍ଚିଥିବା ଭାରତୀୟ ଦଳ, ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ୍ ବୁମରା ଓ ଶ୍ରେୟାସ ଆୟାରଙ୍କ ବିନା ଅଭ୍ୟାସ ଆରମ୍ଭ କରିଥିଲା । ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭାରତୀୟ ଦଳ ଯିବା ପୂର୍ବରୁ ଏହି ଶୃଙ୍ଖଳା ଚଳିତ ବର୍ଷର ଶେଷ ସୁଯୋଗ ରହିବ । ତେଣୁ ବର୍ଷ ଶେଷରେ ଭଲ ଅଭିଜ୍ଞତା ସାଉଁଟିବା ଲକ୍ଷ୍ୟରେ ରୋହିତ ଶର୍ମାଙ୍କ ଯୁବ ବାହିନୀ ଚେଷ୍ଟା କରିବ । ଖାସ୍ ଏଥିପାଇଁ ମଙ୍ଗଳବାର ନେଟ୍ସରେ ସମସ୍ତଙ୍କ ବ୍ୟାଟରୁ ବଡ୍ ସଟ୍ ଦେଖିବାକୁ ମିଳିଥିଲା । ତେଣୁ ମ୍ୟାଚରେ ସମସ୍ତଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ମଧ୍ୟ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଘରୋଇ କ୍ରିକେଟରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ବସିଲ୍ ଥମ୍ପି, ଦୀପକ ହୁଦା ଓ ଓ୍ଵାସିଙ୍ଗଟନ୍ ସୁନ୍ଦରଙ୍କ ଉପରେ ନଜର ରହିବ । କଟକରେ ଏମାନଙ୍କ ମଧ୍ୟରୁ ଯେ କେହି ପଦାର୍ପଣ କରିପାରନ୍ତି । ବୁମରାଙ୍କ ନେତୃତ୍ୱରେ ରହିଥିବା ପେସ୍ ବାହିନୀରେ କାହାକୁ ସୁଯୋଗ ଦିଆଯିବ ତାହା ମଧ୍ୟ ଏବେ ଦ୍ୱନ୍ଦ୍ୱରେ ରହିଛି । ୨୦୧୬ ରେ ଏକମାତ୍ର ଟି-୨୦ ଖେଳିଥିବା ଜୟଦେବ ଉନାଦକତ ଓ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ପଦାର୍ପଣ କରିଥିବା ମହମ୍ମଦ ସିରାଜ ମଧ୍ୟ ଭଲ ପ୍ରଦର୍ଶନ ଅପେକ୍ଷାରେ ରହିଛନ୍ତି । ଅନ୍ୟପକ୍ଷରେ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବଙ୍କ କାନ୍ଧରେ ସ୍ପିନ୍ ଆକ୍ରମଣର ଭାର ରହିବ। କୋହଲି, ଧାଓ୍ଵନ, କେଦାର ଯାଦବଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଉପରେ ଦଳ ଅଧିକ ନିର୍ଭର କରିବ।

ଅନ୍ୟପକ୍ଷରେ ଶ୍ରୀଲଙ୍କାକୁ ପରାଜୟ ଧାରା ଏଡ଼ାଇବାକୁ ହେଲେ ବିଶେଷ ରଣନୀତି ପ୍ରସ୍ତୁତ କରିବାକୁ ହେବ । ତିସରା ପେରେରାଙ୍କ ଦଳ ଦିନିକିଆରେ ଯଦିଓ ଭଲ ଆରମ୍ଭ କରିଥିଲା, କିନ୍ତୁ ପରବର୍ତ୍ତୀ ଦୁଇ ମ୍ୟାଚରେ ଦଳକୁ ପରାଜିତ ହେବାକୁ ପଡ଼ିଥିଲା। ଟି-୨୦ ଦଳରେ ମଧ୍ୟ ସେଭଳି କିଛି ଖାସ୍ ପରିବର୍ତ୍ତନ କରାଯାଇନାହିଁ । ଲାହିରୁ ଥିରିମାନେ ଓ ସୁରଙ୍ଗା ଲାକମଲଙ୍କ ସ୍ଥାନରେ ଅଲରାଉଣ୍ଡର ଦସୁନ୍ ସନକା ଓ ବାମହାତୀ ଦ୍ରୁତ ବୋଲର ବିଶ୍ୱ ଫର୍ଣ୍ଣାଣ୍ଡୋ ଦଳରେ ସାମିଲ ହୋଇଛନ୍ତି। ସେହିପରି ଦୀନେଶ ଚାନ୍ଦିମଲ ଓ ଲସିଥ ମାଲିଙ୍ଗାଙ୍କ ଅନୁପସ୍ଥିତି ମଧ୍ୟ ଦଳ ଉପରେ ପ୍ରଭାବ ପକାଇପାରେ। ତଥାପି ଯୁବ ଖେଳାଳିଙ୍କ ଉପରେ ଅଧିନାୟକ ପେରେରା ଭରସା ରଖିଛନ୍ତି । ବାରବାଟୀ ପିଚ୍ ବ୍ୟାଟିଂ ଉପଯୋଗୀ ହେଲା ଭଳି ଦେଖାଯାଉଥିବାରୁ ୧୫୦ରୁ ଉର୍ଦ୍ଧ୍ୱ ରନ୍ ସଂଗ୍ରହ କରିପାରିଲେ ଭାରତକୁ ଚାପରେ ରଖିହେବ ବୋଲି କୁହାଯାଇଛି ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବସିଲ୍ ଥମ୍ପି, ଯଶପ୍ରୀତ୍ ବୁମରା, ଯୁଜବେନ୍ଦ୍ର ଚହଲ୍, ମହେନ୍ଦ୍ର ସିଂହ ଧୋନି, ଦୀପକ ହୁଦା, ଶ୍ରେୟସ ଆୟର, ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ଲୋକେଶ ରାହୁଲ, ଜୟଦେବ ଉନାଡକତ, ଓ୍ଵାସିଙ୍ଗଟନ୍ ସୁନ୍ଦର।

ଶ୍ରୀଲଙ୍କା ଦଳ: ତିସାରା ପେରେରା (ଅଧିନାୟକ), ଉପୁଲ ଥରଙ୍ଗା, ଆଞ୍ଜେଲୋ ମାଥ୍ୟୁସ୍, କୁସାଲ ପେରେରା, ଧନୁସ୍କା ଗୁଣତିଳକ, ନିରୋସନ୍ ଡିକେଓ୍ଵଲା, ଅସେଲା ଗୁଣରତ୍ନେ, ସଦୀରା ସମରବିକ୍ରମା, ଦାସୁନ୍ ସନକା, ଚତୁରଙ୍ଗା ଡି’ସିଲଭା, ସଚିଥ ପଥିରାଣା, ଅଖିଳ ଧନଞ୍ଜୟ, ଦୁସ୍ମନ୍ତ ଚାମିରା, ନୁଓ୍ଵାନ୍ ପ୍ରଦୀପ, ବିଶ୍ୱ ଫର୍ଣ୍ଣାଣ୍ଡୋ।