ଭାରତ- ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ : ଆଜିିଠାରୁ କାଉଂଟରରେ ବିକ୍ରି ହେବ ଟିକଟ

31

କନକ ବ୍ୟୁରୋ : ଆସନ୍ତା ୧୯ ତାରିଖରେ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ- ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ । ଏଥିପାଇଁ ଆଜିିଠାରୁ କାଉଂଟରରେ ବିକ୍ରି ହେବ ଟିକଟ । ୧୬ ଓ ୧୭ ତାରିଖ ଦୁଇଦିନ ଧରି ୩ଟି ଟିକେଟ କାଉଂଟରରେ ମୋଟ ୧୨୧୫ ହଜାର ୪୪୪ଟି ଟିକେଟ ବିକ୍ରି କରାଯିବ ।

ସକାଳ ୯ଟାରୁ ଏହି ବିକ୍ରି ଆରମ୍ଭ ହୋଇଛି, ହେଲେ ଗତକାଲି ରାତି ୧୨ଟାରୁ କାଉଂଟର ଆଗରେ କ୍ରିକେଟ ପ୍ରେମୀଙ୍କ ଲମ୍ବା ଲାଇନ ଲାଗିଛି । ତେବେ ଟିକଟ ବିକ୍ରି ପାଇଁ ମୋଟ ୩ଟି କାଉଂଟର ଖୋଲାଯାଇଥିବା ବେଳେ ୨ଟି କାଉଂଟରରେ ପ୍ରବଳ ଭିଡ ଲାଗିଛି ।

ରାଜ୍ୟର କୋଣ ଅନୁକୋଣକୁ ଟିକଟ ପାଇଁ ଆସିଛନ୍ତି ଶହଶହ କ୍ରିକେଟ ପ୍ରେମୀ । ସେପଟେ ସୁରକ୍ଷାକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛି ଆୟୋଜକ ଓଡିଶା କ୍ରିକେଟ ଆସୋସିଏସନ । ବାରବାଟୀ ଷ୍ଟାଡିଅମର ସମସ୍ତ ଗ୍ୟାଲେରୀକୁ ସଂପୂର୍ଣ୍ଣ ନେଟିଂ କରାଯାଇଛି ଏବଂ ସମସ୍ତ ସିଟରେ ନମ୍ବର ବ୍ୟବସ୍ଥା କରାଯାଇଛି, ସେହିପରି ଟିକେଟ ସେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚଗୁଡିକ ଉପରେ ଓସିଏ କ୍ୟାସଲେସ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି ।

ଏହାକୁ ତଦାରଖ କରିବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ୧୬ଟି କାର୍ଡ ସ୍ୱାପିଂ ମେସିନ ରଖାଯାଇଥିବା ବେଳେ ୧୫ ଜଣ ବ୍ୟାଙ୍କ କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡିଛି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :