ଚାକିରୀ ପାଇଁ ସାକ୍ଷାତକାର ଦେବାକୁ ଯାଉଥିଲେ କିଛି ପ୍ରଶ୍ନ ଉପରେ ଧ୍ୟାନ ଦିଅନ୍ତୁ! କାମରେ ଆସିପାରେ ।

22

ଆପଣ ଦେଖିଥିବେ କିଛି ଲୋକ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ । ଚାକିରୀ ତ ଯେଣେତେଣେ ମିଳିଯାଏ କିନ୍ତୁ ସାକ୍ଷାତକାରରେ ନର୍ଭସ ହୋଇ ଏବଂ ପଚରାଯାଇଥିବା ପ୍ରଶ୍ନର ଉଚିତ୍ ଉତ୍ତର ନ ଦେବା ଦ୍ୱାରା ଚାକିରୀରୁ ନିରାଶଜନକ ପ୍ରତ୍ୟୁତ୍ତର ମିଳେ । କିନ୍ତୁ ମନରେ ସାହସ ଏବଂ ବୁଦ୍ଧିମତା ରଖିଲେ ଆପଣ ମଧ୍ୟ ଏଭଳି ପରିସ୍ଥିତିରୁ ବାହାରି ପାରିବେ । ତେବେ ସାକ୍ଷାତକାରରେ ପଚରାଯାଉଥିବା ଏହି ୫ଟି ପ୍ରଶ୍ନ ଆପଣଙ୍କୁ ଇଣ୍ଟରଭ୍ୟୁରେ ସହାୟକ ହେବ ।

୧. କିଛି ଆପଣଙ୍କ ବିଷୟରେ କୁହନ୍ତୁ?

ଯେକୌଣସି ସାକ୍ଷାତକାରର ପ୍ରଥମରେ ଏହି ପ୍ରଶ୍ନ ପଚରାଯାଇଥାଏ । ତେବେ ଯଦି ଆପଣ ପୂର୍ବରୁ କେଉଁଠି କାମ କରିସାରିଛନ୍ତି ତେବେ ନିଜର ଏକ୍ସପେରିଏନ୍ସ ବିଷୟରେ କୁହନ୍ତୁ । ଯଦି ଫ୍ରେସର୍ ଅଛନ୍ତି ତେବେ ନିଜର କ୍ୱାଲିଫିକେସନ୍ ,ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ଏବଂ ନିଜର କ୍ୱାଲିଟି ବିଷୟରେ କୁହନ୍ତୁ ।

୨. ଆପଣ କାହିଁକି ନିଜ ପୂର୍ବ କାମକୁ ଛାଡିଛନ୍ତି କିମ୍ବା ଛାଡିବାକୁ ଚାହୁଁଛନ୍ତି?

ଯଦି ଆପଣଙ୍କର ପୂର୍ବ କାର୍ଯ୍ୟାଳୟ ଛାଡି ନୁତନ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ସାକ୍ଷାତକାରରେ କେବେ ମଧ୍ୟ ନିଜ ପୂର୍ବ କାର୍ଯ୍ୟାଳୟ କିମ୍ବା ମୁଖ୍ୟ ଅଧିକାରୀଙ୍କ ବିଷୟରେ କେବେ କିଛି ନକାରାତ୍ମକ ଉତ୍ତର ଦିଅନ୍ତୁ ନାହିଁ । ଏହା ବଦଳରେ ଆପଣ ଜବ୍ ସିକ୍ୟୁରିଟି, କ୍ୟାରିୟର ଗ୍ରୋଥ୍ ବିଷୟରେ ମଧ୍ୟ କହିପାରିବେ ।

୩. ଆପଣ ଆମ କମ୍ପାନୀରେ କାମ କରିବା ପାଇଁ କାହିଁକି ଇଚ୍ଛୁକ ଅଟନ୍ତି?

ଏହି ପ୍ରଶ୍ନରେ ଆପଣଙ୍କୁ ଏଭଳି କିଛି ଉତ୍ତର ଦେବାକୁ ପଡିବ ଯେଉଁଥିରେ ସାକ୍ଷାତକର୍ତ୍ତାଙ୍କୁ ଲାଗିବ ଯେଭଳି ଆପଣ କମ୍ପାନୀ ପାଇଁ ସମର୍ପିତ ଅଛନ୍ତି ।

୪. ୫ ବର୍ଷ ପରେ ନିଜକୁ କେଉଁ ସ୍ଥାନରେ ଦେଖିବାକୁ ଚାହାନ୍ତି?

ଯଦି ଆପଣଙ୍କୁ ଏଭଳି କିଛି ପ୍ରଶ୍ନ ପଚରାଯାଏ ତେବେ ଆପଣ ଭବିଷ୍ୟତକୁ ନେଇ ସ୍ପଷ୍ଟ ରୁହନ୍ତୁ ।

୫. କ୍ୟାରିୟରର ସବୁଠାରୁ ବଡ ଉପଲବ୍ଧି କ’ଣ ଅଟେ?

ଏହି ପ୍ରଶ୍ନରେ ଆପଣ ପୂର୍ବ କାର୍ଯ୍ୟାଳୟରେ ହାସଲ କରିଥିବା ଉପାଧିକୁ କହିବାକୁ ପଡିବ । ଯେଭଳି ପ୍ରମୋଶନ,ଆୱାର୍ଡ ଇତ୍ୟାଦି ।