ଇମ୍ଫା ଉପରେ ବିଦ୍ୟୁତ ବିଲ ବାକି ୪୪୫ କୋଟି ! ବିଧାନସଭାରେ ସରକାର ଦେଲେ ତଥ୍ୟ, ସର୍ବାଧିକ ବିଦ୍ୟୁତ ବିଲ ବକେୟା ତାଲିକାରେ ବୈଜୟନ୍ତଙ୍କ ପାରିବାରିକ କମ୍ପାନି ଇମ୍ଫା

39

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ କମ୍ପାନୀ ଇମ୍ଫାର ବକେୟା ବିଦ୍ୟୁତ ଦେୟକୁ ଆଜି ବିଧାନସଭାରେ ଉତର ରଖିଛନ୍ତି ସରକାର । ବିଧାୟକ ଭାଗିରଥୀ ବଡଜେନା କେଉଁ କେଉଁ ଶିଳ୍ପ ସଂସ୍ଥା, ଖଣି ମାଲିକ ଆଦି ବ୍ୟକ୍ତିଙ୍କର ବିଭିନ୍ନ ଦେୟ ବାକି ଅଛି ସେନେଇ ପ୍ରଶ୍ନ କରିଥିଲେ । ଏହାର ଉତରରେ ଅର୍ଥମନ୍ତ୍ରୀ ଏହାର ଏକ ଲମ୍ବା ତାଲିକା ଦେଇଥିଲେ । ଏଥିରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ କମ୍ପାନୀ ଇମ୍ଫା ମଧ୍ୟ ରହିଛି । ଏହି କମ୍ପାନୀ ବିଦ୍ୟୁତ ଶୁଳ୍କ ବାବଦରେ ବର୍ତମାନ ସୁଦ୍ଧା ୪୪୫ ଦଶମିକ ୧୩ କୋଟି ଟଙ୍କା ବକେୟା ରହିଥିବା ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।

ଏହି ତାଲିକାରେ ଇମ୍ଫାର ବକେୟା ଦେୟ ସବୁଠାରୁ ଅଧିକ ଥିବା ଜଣାପଡିଛି । ତେବେ ବୈଜୟନ୍ତଙ୍କ ପାରିବାରିକ କମ୍ପାନୀ ଇମ୍ଫାର ବିଦ୍ୟୁତ ବକେୟା ଦେୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।