ଇସ୍ପାତ ନଗରୀରେ କାୟା ମେଲାଇଛି ନିଷିଦ୍ଧ କଫସିରପ୍ କୋରେକ୍ସ ! ନିଶା ଭାବେ ବ୍ୟବହାର କରୁଛନ୍ତି ଯୁବପିଢୀ

59

କନକ ବ୍ୟୁରୋ : ସ୍ମାର୍ଟ ସିଟି ରାଉରକେଲାରେ ବଢିଚାଲିଛି ନିଶାଯୁକ୍ତ ଓøଷଧ କାରବାର । ବର୍ଷେ ହେବ ବନ୍ଦ ଥିବା କୋରେକ୍ସ କଫ ସିରଫ ବିଭିନ୍ନ ଦୋକାନରେ ଲୁଚା ଛପାରେ ଚଢାଦରରେ ବିକ୍ରି କରାଯାଉଛି । ବର୍ଷେ ହେବ ନିଶାଯୁକ୍ତ ଏହି କଫ ସିରଫର ଉତ୍ପାଦନ ବନ୍ଦ ହୋଇଥିବା ବେଳେ ରାଉରକେଲା କୋଏଲନଗର ଶତାଧିକ ସିରଫର ଖାଲି ବୋତଲ ପଡିରହିଛି । ଏହି ନିଶାଯୁକ୍ତ ଓøଷଧ ଖାଇ ବହୁ ଛୋଟ ବୟସର ପିଲା ନିଶାଖୋର ପାଲଟିବା ସହ ଅବାଟକୁ ଚାଲିଯାନ୍ତି ।

ଏବେ ପ୍ରଶ୍ନ ଉଠୁଛି କେଉଁଠୁ ଆସୁଛି ଏହି କୋରେକ୍ସ କଫ ସିରଫ । କେଉଁ ଓøଷଧ ବିକ୍ରେତା ଏହାର ବେଆଇନ କାରବାର କରୁଛନ୍ତି? କୋରେକ୍ସ କଫ ସିରଫ ଏକ ନିଶାଯୁକ୍ତ ଓ ପ୍ରତିବନ୍ଧକ ଲାଗିଥିବା ଓøଷଧ । ରାଉରକେଲାର କୌଣସି ଡ୍ରିଷ୍ଟ୍ରିବ୍ୟୁଟର ପାଖକୁ ଏହି ସିରଫ ଆସୁନାହିଁ । ତେବେ ତୁରନ୍ତ ଅନୁସନ୍ଧାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର । ବର୍ଷକ ପୂର୍ବରୁ ବନ୍ଦ ଥିବା ଏହି ନିଶାଯୁକ୍ତ ଓøଷଧ କିଭଳି ବଜାରରେ ଉପଲବ୍ଧ ହେଉଛି ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।