ନିଦ ନହେବାର ମୁଖ୍ୟ କାରଣ କେବଳ ମାନସିକ ଚାପ ନୁହେଁ ବରଂ ଏହା ମଧ୍ୟ ହୋଇପାରେ ! କଣ ଜାଣନ୍ତୁ

106

ରାତିରେ ଆପଣଙ୍କ ନିଦ ବାରମ୍ବାର ଭାଙ୍ଗୁଛି କି ? ଯଦି ହଁ ତେବେ ଏହା ପଛର କାରଣ ହୋଇପାରେ ଏୟାର ପଲୁସନ ବା ବାୟୁ ପ୍ରଦୂଷଣ । ତେବେ କେମିତି ଆସନ୍ତୁ ଜାଣିବା ।

କଣ କୁହନ୍ତି ଗବେଷକ

ଗବେଷକଙ୍କ ମତରେ ବାୟୁ ପ୍ରଦୂଷଣର ସଂପର୍କ ଶରୀର ସହ ସଂଶ୍ଳିଷ୍ଟ । ଏହା ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ମୁଖ୍ୟ କାରଣ ମଧ୍ୟ ହୋଇଥାଏ । ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ(ଡବ୍ଲୁଏଚଓ) ମୁତବାକ, ଯଦି ପ୍ରଦୁଷଣ ସ୍ତରକୁ କମ୍ କରି ଦିଆଯାଏ ତେବେ ଷ୍ଟୋକ୍ ଏବଂ କ୍ୟାନସର ଭଳି ରୋଗକୁ ରୋକା ଯାଇ ପାରିବ । ସେହିପରି, ଗବେଷକମାନେ ମଧ୍ୟ ବାୟୁ ପ୍ରଦୂଷଣ ସହିତ ନିଦର ସଂପର୍କ ରହିଛି ବୋଲି ପ୍ରମାଣିତ କରିଛନ୍ତି । ସେମାନଙ୍କ ମତରେ ନାଇଟ୍ରୋଜେନ ଡାଇଅକ୍ସାଇଡର ସଂପର୍କ ଅଧିକ ରହିବା ଦ୍ୱାରା ଏବଂ ଏହାର ପିଏଚ ସ୍ତର ୨.୫ ରହିବା ଦ୍ୱାରା ମଣିଷର ନିଦ ଖରାପ ହୋଇଥାଏ । ତେବେ ଟ୍ରାଫିକ୍ କାରଣରୁ ହେଉଥିବା ବାୟୁ ପ୍ରଦୂଷଣ ‘ନାଇଟ୍ରୋଜେନ୍ ଡାଇଅକସାଇଡ୍’ ନାମରେ ଜଣାଶୁଣା । ଯାହା କି କମ୍ ନିଦ ହେବାର ମୁଖ୍ୟ କାରଣ ଅଟେ । ଯେଉଁଥି ପାଇଁ ନିଦ ଶୀଘ୍ର ଭାଙ୍ଗି ଯାଇଥାଏ ।

କଣ କୁହନ୍ତି ଏକ୍ସପର୍ଟ

ୱାଶିଂଟନ ୟୁନିଭର୍ସିଟିର ଜଣେ ପ୍ରଫେସର ତଥା ମାର୍ଥ ଇ. ବିଲିଗ୍ସଙ୍କ ମତରେ ବାୟୁ ପ୍ରଦୂଷଣର ହାଇ ଲେବୁଲ କେବଳ ହାର୍ଟକୁ ପ୍ରଭାବିତ କରି ନଥାଏ ବରଂ ନିଦକୁ ମଧ୍ୟ ପ୍ରଭାବିତ କରିଥାଏ । ବାୟୁ ପ୍ରଦୂଷଣ କାରଣରୁ ନାକର ଉପର ଅଂଶରେ ଇରିଟେସନ ଭଳି ସମସ୍ୟା ସୃଷ୍ଟି କରିଥାଏ ।