ମିଛ କହୁଛି ପାକିସ୍ତାନ ! କୁଳଭୂଷଣଙ୍କ ଦୋଷ ସ୍ୱୀକାର ଭିଡିଓ ଦେଖିବାକୁ ମନାକଲେ ଅନ୍ତର୍ଜାତୀୟ କୋର୍ଟ

26

କନକ ବ୍ୟୁରୋ : ଅନ୍ତର୍ଜାତୀୟ କୋର୍ଟରେ ପାକିସ୍ତାନକୁ ପୁଣି ଝଟକା । ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ଦୋଷ ସ୍ୱୀକାରୁକ୍ତିର ଭିଡିଓ ଦେଖିବାକୁ ମନା କରିଦେଇଛନ୍ତି ଅର୍ନ୍ତଜାତୀୟ କୋର୍ଟ । ଏହାକୁ ଏକ ଡକ୍ଟେଡ୍ ଭିଡିଓ ଭାବେ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ଏହାକୁ ଏକ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟର ରାୟ ପୂର୍ବରୁ ଫାଶୀ ଦେବା ନେଇ ଆଶଙ୍କା ରହିଥିବା କହିଛି ଭାରତ ।

ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଫାଶୀ ନଦେବା ପାଇଁ ଅନ୍ତର୍ଜାତୀୟ କୋର୍ଟରେ ଦାବି କରିଛି ଭାରତ । ମାମଲାର ପୁନଃ ବିଚାର କରିବା ପାଇଁ ମଧ୍ୟ ଦାବି ରଖିଛି । କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିବା ଅନ୍ତର୍ଜାତୀୟ କୋର୍ଟ ଆଜି ଏହି ମାମଲାରେ ପକ୍ଷ ରଖିବା ପାଇଁ ଭାରତ ଏବଂ ପାକିସ୍ତାନକୁ ସମୟ ଦେଇଥିଲେ । ଉଭୟ ଦେଶକୁ ପକ୍ଷ ରଖିବା ପାଇଁ ୯୦ ମିନିଟ୍ ଲେଖାଏଁ ସମୟ ଦିଆଯାଇଛି । ଯେଉଁଥିରେ ତଥ୍ୟ ପ୍ରମାଣ ସହ ନିଜର ପକ୍ଷ ରଖିଛି ଭାରତ ।