କନକ ବ୍ୟୁରୋ : ରାଉରକେଲାର ପ୍ଲାଂଟସାଇଟ ଅଂଚଳରେ ହୋଇଥିବା ଅନର କିଲିଂ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ପୋଲିସ ଯୁବତୀଙ୍କ ଦୁଇ ଭାଇ ରଂଜନ ସିଂ ଓ ସନ୍ଦିପ ସିଂଙ୍କ ସମେତ ଭିଣୋଇ ଡ. ଅରବିନ୍ଦ ସିଂଙ୍କୁ ଗିରଫ କରିଛି । ତେବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୯ ତାରିଖରେ ଅମ୍ରିତା ନାମକ ଏହି ଯୁବତୀଙ୍କୁ ପୋଡି ମାରିଦେଇଥିବା ନେଇ ତାଙ୍କ ସ୍ୱାମୀ ନସିମ ଅଭିଯୋଗ କରିଥିଲେ । ଗତବର୍ଷ ମାର୍ଚ ୮ ତାରିଖରେ ନସୀମ ଓ ଅମ୍ରିତା ବିବାହ କରିଥିଲେ । କିନ୍ତୁ ଏହାକୁ ସ୍ୱୀକାର କରିନଥିଲେ ଅମ୍ରିତାଙ୍କ ପରିବାର । ଆଉ କିଛିଦିନ ପୁର୍ବେ ଅମ୍ରିତାଙ୍କୁ ତାଙ୍କ ବାପଘର ଲୋକ ରାଉରକେଲାକୁ ଆଣି ହତ୍ୟା କରି ଦେଇଥିଲେ ।