ଆଇସିସି ଟେଷ୍ଟ ରାଙ୍କିଙ୍ଗ : ବିଶ୍ୱର ନଂ ୧ ଟେଷ୍ଟ କ୍ରିକେଟର ମାନ୍ୟତା ହାସଲ କଲେ ବିରାଟ, ଜାଣନ୍ତୁ କାହାକୁ ପଛରେ ପକାଇଲେ କୋହଲି

54

ବିରାଟ ବନିଲେ ନମ୍ବର ୧ । ଆଇସିସି ଟେଷ୍ଟ କ୍ରିକେଟରେ ନମ୍ବର ୱାନ ବ୍ୟାଟ୍ସମ୍ୟାନ ମାନ୍ୟତା ହାସଲ କରିଛନ୍ତି ଟିମ ଇଣ୍ଡିଆ କ୍ୟାପ୍ଟେନ ବିରାଟ କୋହଲି । ଏନେଇ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କୋହଲି ଅଷ୍ଟ୍ରେଲିଆର ଦ୍ରୁତତମ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥକୁ ପଛରେ ପକାଇ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦୀର୍ଘ ୩୨ ମାସଧରି ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସ ମ୍ୟାନ ଷ୍ଟିଭ ସ୍ମିଥ ଆଇସିସିର ଟେଷ୍ଟ ର୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଅକ୍ତିଆର କରି ରହିଥିଲେ । ଚଳିତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ଅର୍ଜନ କରିଥିବା କୋହଲି ଷ୍ଟିଭ ସ୍ମିଥଙ୍କୁ ପଦଚ୍ୟୁତ କରି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ।

ଆଇସିସିର ଟେଷ୍ଟ ରାଙ୍କିଙ୍ଗର ଟପଟେନ ବ୍ୟାଟ୍ସମ୍ୟାନ ତାଲିକାର ତୃତୀୟରେ ଅଛନ୍ତି ଇଂଲଣ୍ଡର ବ୍ୟାଟିଂ ସେନସେସନ ତଥା ଟେଷ୍ଟ କ୍ୟାପ୍ଟେନ ଜୋ ରୁଟ୍ ଓ ଚତୁର୍ଥରେ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ରହିଛନ୍ତି । କୋହଲିଙ୍କ ପୂର୍ବରୁ ଭାରତର ଭାବେ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ୱାଗ, ରାହୁଲ ଦ୍ରାବିଡ, ଗୌତମ ଗମ୍ଭୀର, ସୁନୀଲ ଗାଭାସ୍କାର ଓ ଦିଲ୍ଲୀପ ଭେଙ୍ଗସରକାର ନଂବର ୱାନ ଟେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ତାଲିକାରେ ରହିଥିଲେ ।virat-kohli_f290969a-d26c-11e7-ac2e-6fc61cbabe91

ତେବେ ବିରାଟଙ୍କ ଏହି କୃର୍ତ୍ତୀତ୍ୱକୁ ନେଇ ଏବେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନେକ ଷ୍ଟାର ଖେଳାଳୀ । ଏହାସହ ସୋସିଆଲ ମିଡିଆରେ ବିରାଟଙ୍କୁ ବଦ୍ଧାଇ ଦେଉଛନ୍ତି କ୍ରିକେଟ ପ୍ରସଂଶକ ।