ବ୍ୟାଙ୍କରେ ଚାକିରୀ ନିମନ୍ତେ IBPS ୧୦ ହଜାର ପଦ ପାଇଁ ପ୍ରକାଶ କଲା ବିଜ୍ଞପ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

66

ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ପର୍ସନାଲ ସିଲେକ୍ସନ (IBPS) ପକ୍ଷରୁ ବିଭିନ୍ନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବଂ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ଆଇବିପିଏସ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପ୍ରକ୍ରିୟାରେ ୧୦,୧୯୦ ପଦ ପାଇଁ ଆଶାୟୀ ମାନଙ୍କର ଚୟନ କରାଯିବ । ଏଥିରେ ଅଫିସର (ସ୍କେଲ-୧,୨,୩) ଏବଂ ଅଫିସ ଆସିଷ୍ଟାଣ୍ଟପଦ ସାମିଲ ଅଛି । ଯଦି ଆପଣ ମଧ୍ୟ ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆବେଦନର ଅନ୍ତିମ ତାରିଖ ପୂର୍ବରୁ ଆବେଦନ କରିପାରିବେ ।

ପଦ ଗୁଡିକ ମଧ୍ୟରେ ଅଫିସ ଆସିଷ୍ଟାଣ୍ଟ ପଦ ପାଇଁ ୫,୨୪୯, ଅଫିସର ସ୍କେଲ-୧ (ଆସିଷ୍ଟାଣ୍ଟ ମ୍ୟାନେଜର) ପଦ ପାଇଁ ୩,୩୧୨, ମ୍ୟାନେଜର ପଦ ପାଇଁ ୧,୨୦୮, ଅଫିସର ସ୍କେଲ-୨ (ମ୍ୟାନେଜର) ପଦ ପାଇଁ ୨୬୧ ଏବଂ ଅଫିସର ସ୍କେଲ-୩ ପାଇଁ ୧୬୦ଟି ପଦ ରହିଛି । ଏହି ପଦଗୁଡିକ ପାଇଁ ଖୁବ ଶୀଘ୍ର ଚୟନ ପ୍ରକ୍ରିୟା କରାଯିବ । ଚୟନ ହୋଇଥିବା ଆବେଦନକାରୀଙ୍କୁ ସେମାନଙ୍କ ସ୍କେଲ ଅନୁଯାୟୀ ଦରମା ଦିଆଯିବ ।

ଯୋଗ୍ୟତା : ସମସ୍ତ ପଦ ପାଇଁ ଅଲଗା ଅଲଗା ଯୋଗ୍ୟତା ସ୍ଥିର କରାଯାଇଛି । କିନ୍ତୁ ସମସ୍ତ ପଦ ପାଇଁ ଆଶାୟୀମାନେ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ ।

ଆବେଦନ ଶୁଳ୍କ : ପଦ ଗୁଡିକ ପାଇଁ ଆବେଦନ କରିବା ନିମନ୍ତେ ଜେନେରାଲ ଏବଂ ଓବିସି ବର୍ଗଙ୍କ ପାଇଁ ୬୦୦ ଟଙ୍କା ଏବଂ ଏସଟି, ଏସସି ବର୍ଗଙ୍କ ପାଇଁ ଆଶାୟୀମାନଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବା ପାଇଁ ପଡିବ । ଆପଣ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଏବଂ ନେଟ ବ୍ୟାଙ୍କିଙ୍ଗ ମାଦ୍ୟମରେ ମଧ୍ୟ ଆପଣଙ୍କ ଫି ଜମା କରିପାରିବେ ।

ଆବେଦନର ଅନ୍ତିମ ତାରିଖ – ୨ ଜୁଲାଇ ୨୦୧୮

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ପ୍ରି, ମେନ୍ସ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ ।

ଆବେଦନ ପ୍ରକ୍ରିୟା – ଆବେଦନ କରିବା ପାଇଁ ଆପଣ ଅଫିସିଆଲ ୱେବସାଇଟ www.ibps.inରେ ଯାଇ ଆବେଦନ କରିପାରିବେ ।