ୱାଟସଆପରେ ଆସିଲା ନୂଆ ଫିଚର୍ ! ଏହି ନୂଆ ଫିଚରକୁ ଆପଣ ଦେଖିଲେ ମଧ୍ୟ ଖୁସି ହୋଇଯିବେ ।

47

ସୋସିଆଲ୍ ମିଡିଆର ଇନଷ୍ଟାଣ୍ଟ୍ ଆପ୍ ହେଉଛି ୱାଟସଆପ୍ । ତେବେ ଏହି ୱାଟସଆପ୍ ଆପର ନୂଆ ଅପଡେଟ୍ ଆସିଯାଇଛି ଯେଉଁଥିରେ ନୂଆ ଫିଚରକୁ ୱାଟସଆପରେ ଇନଷ୍ଟଲ୍ କରାଯାଇଛି । ଏହି ଆପରେ ଲକ୍ ଭଏସ୍ ରେକଡିଙ୍ଗ୍ ଭଳି ନୂଆ ଫିଚରକୁ ସାମିଲ କରାଯାଇଛି । ତେବେ ଇତିମଧ୍ୟରେ ଆଉ ଏକ ଫିଚର ମଧ୍ୟ ଆସିଥିଲା ଯେଉଁଥିରେ ଆପଣଙ୍କୁ ଜଣାପଡିଯିବ ଯେ କେତେବେଳେ ଆପଣଙ୍କ ଦ୍ୱାରା ପଠାଯାଇଥିବା ମେସେଜକୁ ଫରୱାଡ୍ କରାଯାଇଛି ।

 

ତେବେ କିଭଳି ଏହି ଫିଚରକୁ ବ୍ୟବହାର କରିବେ ଜାଣିରଖନ୍ତୁ ।

ସର୍ବପ୍ରଥମେ ଆପଣ ଯାହାଙ୍କୁ ଭଏସ୍ ମେସେଜ୍ ସେଣ୍ଡ୍ କରିବାକୁ ଯାଉଛନ୍ତି ତାଙ୍କର ଚାଟକୁ ପ୍ରଥମେ ଖୋଲନ୍ତୁ । ଡାହାଣ ପାଖରେ ମାଇକ୍ରୋ ଫୋନର ଚିତ୍ର ଆପଣଙ୍କୁ ଦେଖାଯାଉଥିବ ଏହି ଆଇକନକୁ ପ୍ରେସ୍ ନକରି ଉପରକୁ ସ୍କ୍ରୋଲ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଭଏସ୍ ରେକର୍ଡିଂ ଆରମ୍ଭ ହୋଇଯିବ ଏବଂ ଟାଇମର୍ ମଧ୍ୟ ରହିଯିବ । ଯାହାଦ୍ୱାରା ଆପଣଙ୍କୁ ଜଣାପଡିଯିବ ଯେ କେତେ ସମୟ ଧରି ରେକର୍ଡିଂ ହେଉଛି ।

ରେକର୍ଡିଂ ଆରମ୍ଭ ଶେଷ ହେବା ପରେ ଆପଣଙ୍କୁ କ୍ୟାନସେଲ୍ ବଟନ୍ ଦେଖାଦେବ । ଆପଣ ଚାହିଁଲେ ଏହାକୁ ସେଣ୍ଡ୍ କରିପାରିବେ । ଏହି ରେକର୍ଡିଂର ଏହା ହିଁ ଫାଇଦା ଯେ ଆପଣଙ୍କୁ ଭଏସ୍ ରେକର୍ଡିଂ ପାଇଁ ବଟନକୁ ଦବାଇ ରଖିବାକୁ ପଡିବ ନାହିଁ ।