ସଲମାନ ଓ ଆମିରଙ୍କ ସହ କାମ କରିବାକୁ ଚାହୁଁଛି : ଶାହରୁଖ ଖାନ୍

29

ବଲିଉଡ ଅଭିନେତା ଶାହରୁଖ ଖାନ୍ ନିଜ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ’ର ପ୍ରମୋସନକୁ ନେଇ ଏବେ ଖୁବ୍ ବ୍ୟସ୍ତ । ଏହି ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ନବଭାରତ ଟାଇମ୍ସ ସହ କଥାବାର୍ତ୍ତା ବେଳେ ଶାହରୁଖ କହିଛନ୍ତି ନିଜର ମନର କଥା । ସେ ସଲମାନ ଓ ଆମିରଙ୍କ ସହ କାମ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି । ହେଲେ ଗୋଟେ ଭଲ କାହାଣୀ ମିଳିନାହିଁ । ଯେଉଁଥିରେ ଏକା ସାଥିରେ ଦୁଇ ବା ତିନି ଜଣ ବଡ଼ ଷ୍ଟାର ରହିପାରିବେ ।

ଶାହରୁଖ କହିଛନ୍ତି , ‘ ଯଦି କାହା ପାଖରେ ଭଲ କାହାଣୀ ଅଛି , ଯେଉଁଥିରେ ସଲମାନ ଓ ଆମିର ଏକା ସାଥିରେ ସେହି ଭୂମିକାରେ ଫିଟ୍ ନଜର ଆସିବେ । ସେଥିରେ ଆମେ ତୁରନ୍ତ କାମ ଆରମ୍ଭ କରିବୁ । ଗତ ୪ରୁ ୫ବର୍ଷ ଭିତରେ ମୁଁ କୈାଣସି ଭଲ କାହାଣୀ ଶୁଣିନାହିଁ , ଯାହା ଦୁଇ ହିରୋକୁ ପସନ୍ଦ ହେବା ଭଳି ହୋଇଥିବ । ଆଉ ଏଥିରେ ବଡ଼ ଷ୍ଟାର ଏକା ସାଥିରେ କାମ କରିପାରିବେ ।’

ଶାହରୁଖ ଆଉ ମଧ୍ୟ କହିଛନ୍ତି ଯେ , ‘ ଆମ ତିନି ଜଣଙ୍କ ଭିତରେ ଏକାଠି କାମ କରିବାର କୈାଣସି ଆପତ୍ତି ନାହିଁ । ଆମେ ଏ ବିଷୟରେ ପରସ୍ପର ଭିତରେ ଅନେକଥର କଥା ହୋଇଛୁ । ଭଲ କାହାଣୀ ଅପେକ୍ଷାରେ ରହିଛୁ ।’ ଶାହରୁଖ ଏବେ ନିଜର ଆଗାମୀ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ’ର ପ୍ରଡକ୍ସନ କାମ ଶେଷ କରିବା ସହ ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ କାମ ମଧ୍ୟ କରୁଛନ୍ତି । ‘ଜବ୍ ହାରି ମେଟ୍ ସେଜଲ’ ରେ ଶାହରୁଖଙ୍କ ସହ ଅଭିନେତ୍ରୀ ଅନୁଷ୍କା ଶର୍ମା ମୁଖ୍ୟ ଚରିତ୍ରରେ ଅଛନ୍ତି ।