ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଆଇ. ଏମ୍. କୁଦ୍ଦୁସିଙ୍କ ଘରେ ସିବିଆଇ ରେଡ୍ !

8

କନକ ବ୍ୟୁରୋ : ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଆଇ. ଏମ୍. କୁଦ୍ଦୁସିଙ୍କ ଘରେ ସିବିଆଇ ରେଡ୍ । ମିଳିଥିବା ସୂଚନା ଅନୁସାରେ, ଜଷ୍ଟିସ କୁଦ୍ଦୁସିଙ୍କ ଦିଲ୍ଲୀର ଗ୍ରେଟର କୈଳାସ ସ୍ଥିତ ଘରେ ସିବିଆଇ ଛାପା ମାରିଥିଲା । ଖାଲି ଜଷ୍ଟିସ କୁଦ୍ଦୁସି ନୁହଁନ୍ତି, ଜଣେ ବେସରକାରୀ ବ୍ୟକ୍ତିଙ୍କ ଘରେ ମଧ୍ୟ ପଶିଥିଲା ସିବିଆଇ । ଦୁର୍ନୀତି ନିବାରଣ ଆଇନ ବଳରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଆଇପିସିର ଧାରା ୧୨୦ ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର ମାମଲାରେ ଜଷ୍ଟିସ କୁଦ୍ଦୁସିଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ତେବେ କେଉଁ ପ୍ରସଙ୍ଗକୁ ଆୟୁଧ କରି ସିବିଆଇ ରେଡ୍ କରିଛି, ସେନେଇ ବିଶଦ ସୂଚନା ମିଳିନାହିଁ ।

Comments are closed.