ବିଜୟ ମାଲ୍ୟା କହିଲେ ମୋତେ ପୋଷ୍ଟର ବୟ କରିଦେଲେ ସରକାର ! ୨ବର୍ଷ ତଳେ ମୋଦିଙ୍କୁ ଲେଖିଥିଲି ଚିଠି, କିନ୍ତୁ ଉତ୍ତର ମିଳିନଥିଲା

29

କନକ ବ୍ୟୁରୋ : ଭାରତୀୟ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ବିଦେଶକୁ ପଳାୟନ କରିଥିବା ବିଜୟ ମାଲ୍ୟା ଏକ ବିସ୍ଫୋରୋକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ମାଲ୍ୟା ମୋଦିଙ୍କୁ ବ୍ୟକ୍ତିଗତ ଭାବରେ ଲେଖିଥିବା ଚିିଠିକୁ ସାର୍ବଜନୀନ କରିଛନ୍ତି । “ ମୁଁ ୨ ବର୍ଷ ତଳେ ଲେଖିଥିବା ଚିଠିର କୈାଣସି ଉତ୍ତର ଦେଇନାହାନ୍ତି ପ୍ରଧ।ନମନ୍ତ୍ରୀ ମୋଦି । ତେଣୁ ଏହି ଚିଠିକୁ ସାର୍ବଜନୀନ କରୁଛୁ ବୋଲି ମାଲ୍ୟା କହିଛନ୍ତି । ମୋ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ବିଷୟରେ ମୁହଁ ଖୋଲିବାର ସମୟ ବର୍ତ୍ତମାନ ଆସିଯାଇଛି । ଏହାସହ ଭାରତୀୟ ନେତା ଓ ସେଠାକାର ମିଡିଆ ମୋ ବିଷୟରେ ଯେଉଁ ଭଳି ବିଷ ଓଗାଳୁଛନ୍ତି ସତେ ଯେପରି କିଙ୍ଗଫିସରର ଦେଇଥିବା ୯୦୦୦ ହଜାର କୋଟି ମୁଁ ଚୋରି କରିିନେଇଛି ” । ଏଥିରେ ମଧ୍ୟ କିଛି ବ୍ୟାଙ୍କଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ମାଲ୍ୟା ।

vijay-mallya
Photo Courtesy : http://i.ndtvimg.com

ମାଲ୍ୟା ଦୃଢ଼ୋକ୍ତିର ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଏକ ପତ୍ର ୨୦୧୬ ମସିହା ଏପ୍ରଲ ମାସରେ ଚିଠି ଲେଖିଥିଲିି । ସେ ଆହୁରି ମଧ୍ୟ କହିଛନ୍ତି କି ବହୁତଥର ଚେଷ୍ଟା କରିଥିଲେ ମଧ୍ୟ ବ୍ୟାଙ୍କ ଗୁଡ଼କ ସହ କଥା ହୋଇପାରିନାହିଁ । ସରକାର ସିବିିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ମୋ ପଛରେ ଲଗାଇଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ । ସରକାରଙ୍କ ଆଦେଶରେ ମୋ ନାରେ ର୍କୋଟରେ ବି ଚାର୍ଜସିଟ ଫାଇଲ କରାଯାଇଛି । ମାଲ୍ୟା ପରିବାରର ୧୩୯୦୦ କୋଟି ଟଙ୍କାର ସମ୍ପତ୍ତିମଧ୍ୟ ଜବତ କରାଯାଇଛି । ଯାହା ମତେ ଗଭୀର ଆଘାତ କରିଛି ।

vijay-mallya
image courtesy-http://zeenews.india.com

ଏପରି ଏକ ସଂଙ୍ଗୀନ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି । ତାଙ୍କ ମାମଲାର ବିଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ତାହାର ଧ୍ୟାନ ହଟାଇବା ଲାଗି ଏପରି ମାଲ୍ୟା କହିଛନ୍ତି । ତେବେ ଏହି ପ୍ରସଙ୍ଗକୁୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ । ସେମାନଙ୍କ କହିବା ଅନୁସାରେ ମୋଦୀ ସରକାର ତାଙ୍କୁ ବିଦେଶ ଯିବାରେ ସାହାଯ୍ୟ କରିଛନ୍ତି । ଆଉ ଏବେ ସେ ଗଲାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଯାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଏଆଇଏମଆଇଏମ ଅଧ୍ୟକ୍ଷ କହିଛନ୍ତି । ସବୁ ସରିଲାପରେ ସରକାରଙ୍କ ନିଦ ଭାଙ୍ଗୁଛି ବୋଲି ବିରୋଧୀ ମଧ୍ୟ କଟାକ୍ଷ କରିଛନ୍ତି ।