କନକ ବ୍ୟୁରୋ : ରେଶମ ସହର ବ୍ରହ୍ମପୁରରେ ଏଟିଏମ ଲୁଟେରାଙ୍କ ଆତଙ୍କ । ଗୋଟିଏ ରାତିରେ ସହରର ୬ଟି ଏଟିଏମ୍ ତାଡି ୧୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସହରର ହଳଦିଆପଦର, ଗୋଷାଣୀନୂଆଗାଁ ନିକଟସ୍ଥ ବଦ୍ରିରାଜନଗର, ଖୋଡାସିଙ୍ଗି, ଆଙ୍କୁଲି, ଗୋପାଳପୁର ଜଙ୍କସନ୍ ଓ ଲାଞ୍ଜପଲ୍ଲୀ ଅଂଚଳରେ ଥିବା ଏସବିଆଇର ୬ଟି ଏଟିଏମରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଲୁଟେରାମାନେ ଲୁଟି ନେଇଛନ୍ତି । ସମାନ ଢଙ୍ଗରେ ସବୁ ସ୍ଥାନରେ ଗ୍ୟାସ୍ କଟରରେ ଏଟିଏମ୍ କାଟି ଲୁଟି ନେଇଛନ୍ତି ଟଙ୍କା । ସମସ୍ତ ଏଟିଏମ୍ ଗୁଡିକ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗୋଟିଏ ଏଟିଏମରୁ ୧୬ ଲକ୍ଷ ଲୁଟ ହୋଇଥିବା ବେଳେ ଅନ୍ୟ କୌଣସି ଏଟିଏମରେ ଟଙ୍କା ନଥିବା ଜଣାପଡିଛି । ତେବେ ଲୁଟ ହୋଇଥିବା ଏଟିଏମ ମାନଙ୍କରେ ସୁରକ୍ଷା କର୍ମୀ ନଥିବା ବେଳେ ଅଟୋ ସାଇରନର ବ୍ୟବସ୍ଥା ନଥିଲା । ଯାହାକି ବ୍ରହ୍ମପୁର ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଟିଏମର ସିସିଟିଭି ହାର୍ଡ ଡିସ୍କ ପୋଡିଯାଇଥିବାରୁ ଏଯାବତ୍ ସିସିଟିଭି ଫୁଟେଜ୍ ଯାଂଚ କରାଯାଇନଥିବା ବେଳେ ସେସବୁର ବ୍ୟାକଅପକୁ ମୁମ୍ବାଇରୁ ଅଣାଯାଇ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି । ପୁଲିସ ସମସ୍ତ ଘଟଣାର ପର୍ଦ୍ଦାଫାସ କରିବା ସହ ଲୁଟେରାରେ ସକ୍ରିୟ ଥିବା ଗ୍ୟାଙ୍ଗକୁ ଗିରଫ କରିବ ବୋଲି ପୁଲିସ କହିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ତାଗିଦ୍ କରିଥିଲେ ସୁଦ୍ଧା ସେମାନେ ସୁରକ୍ଷା ଦିଗରେ ଢିଲା ହୋଇଯାଉଥିବା ପୁଲିସ କହିଛି ।
ସେପଟେ ଷ୍ଟିଲ ସିଟିରେ ବି ଏଟିିଏମ୍ ଭାଙ୍ଗି ଲୁଟିଲେ ୮ ଲକ୍ଷ ଲୁଟ । ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବଜାରରେ ଥିବା ଏସବିଆଇ ଏଟିଏମ୍ରୁ ଲୁଟ କରିଛନ୍ତି ଦୁବୃର୍ତ । ବ୍ୟାଙ୍କ କତୃପକ୍ଷଙ୍କ ଅଭିଯୋଗ ପରେ କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛି । ସାଇଂଟଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଂଚି ଘଟଣାର ଯାଂଚ ଆରମ୍ଭ କରିଛି । ଲୁଟ ପରେ ଦୁର୍ବୃତମାନେ ଝାଡ଼ଖଣ୍ଡ ଯାଇଥିବା ସନ୍ଦେହ କରାଯାଉଛି ।