ଗାଡି ଚଲାଉଥିବା ସମୟରେ ମୋବାଇଲ୍ ବ୍ୟବହାର କରୁଛନ୍ତି କି ? ସାବଧାନ୍, ଆପଣଙ୍କର ବି ହୋଇପାରେ ବ୍ରେନ୍ ଡେଡ୍

29

ଗାଡ଼ି ଚଳାଇବାବେଳେ ମୋବାଇଲରେ କଥା ହେବା କେତେ ମହଙ୍ଗା ପଡିପାରେ ତାର ଏକ ନଜିର ସାମ୍ନାକୁ ଆସିଛି । ମୋବାଇଲରେ କଥା ହୋଇ ଗାଡି ଚଳାଇବାବେଳେ କାନ୍ଧରେ ମୋବାଇଲ ରଖି ମୁଣ୍ଡ ବଙ୍କା କରି ଯାଉଥିବା ଦୃଶ୍ୟ ଆମେ ଅନେକ ସମୟରେ ରାସ୍ତାରେ ଦେଖୁ । ହେଲେ ଏମିତି ଏକ ବଦଭ୍ୟାସ ଜୀବନହାନୀର କାରଣ ହୋଇଛି । ହାଇଦ୍ରାବାଦର ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧି ବାଇକରେ ମୋବାଇଲରେ କଥା ହୋଇ ଯାଉଥିବାବେଳେ ଦୁର୍ଘଟଣାର ଶୀକାର ହେବା ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ସତର୍କ ନ ହୋଇ ସଂପୃକ୍ତ ବ୍ୟକ୍ତିଜଣକ କଥା ହୋଇ ହୋଇ ଯାଉଥିବାବେଳେ ଆଗରୁ ଆସୁଥିବା ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ତଳେପଡିଯାଇ ତାଙ୍କର ବ୍ରେନ ହାମରେଜ ହେବା ସହ ମୃତ୍ୟୁ ହୋଇଛି । ଟିକିଏ ଅସାବଧାନତା କିଭଳି ମଣିଷକୁ ମୃତ୍ୟୁମୁଖକୁ ଟାଣିନିଏ ତାହା ଏହି ଦୃଶ୍ୟ ସ୍ପଷ୍ଟ କରୁଛି । ତେଣୁ ଗାଡି ଚଳାଇବାବେଳେ ମୋବାଇଲରେ କଥା ହୁଅନ୍ତୁ ନାହିଁ ଓ ସତର୍କତାର ସହ ଗାଡି ଚଳାନ୍ତୁ ।

ଟ୍ରାଫିକ୍‌ କ୍ୟାମ୍‌ ଫୁଟେଜ୍‌ରେ ଦିଶୁଛି ଜଣେ ଲୋକ ମୋବାଇଲ୍‌ ଫୋନ୍‌ରେ କଥା କହୁଥିବା ବଳେ ରାସ୍ତାର ବାମ ପଟରେ ମୋଟର୍‌ସାଇକେଲ୍‌ ଚଳାଇ ଯାଉଛନ୍ତି। କାନ ଓ କାନ୍ଧରେ ଜାକି ମୋବାଇଲ୍‌ଟି ଜାକି ଧରିଛନ୍ତି। କୌଣସି କାରଣରୁ ସେ ପଛକୁ ଫେରିବାକୁ ଗାଡ଼ି ବୁଲିବାକୁ ଉଦ୍ୟମ କରୁଥିବା ଦେଖା ଯାଉଛି। ଗାଡ଼ି ବୁଲାଇବା ପରେ ସେ ଭୁଲ୍‌ ରାସ୍ତାରେ ଗାଡ଼ି ଚଳାଉ ଥବାର ଦେଖାଯାଉଛନ୍ତି। ରାସ୍ତା ଉପରେ ତାଙ୍କ ଦୃଷ୍ଟି ନାହିଁ। ତା’ଛଡ଼ା ସେ ହେଲ୍‌ମେଟ୍‌ ବି ପିନ୍ଧି ନାହାନ୍ତି। ହଠାତ୍‌ ସେ ତୀର ବେଗରେ ରାସ୍ତା ସେପଟକୁ ଯିବାକୁ ଚେଷ୍ଟା କରୁଛନ୍ତି। ଏଡ଼େ ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ଯେ ଆସୁଥିବା ଅଟୋ-ରିକ୍ସାଟିକୁ ରାସ୍ତା ପାରି ହେବା ଯାଏଁ ଅପେକ୍ଷା କରିବାକୁ ତାଙ୍କର ତର ସହୁନାହିଁ।

ସେ କୌଣସି ମତେ ଅଟୋ-ରିକ୍‌ସା ଟପି ଯାଉଛନ୍ତି, କିନ୍ତୁ ତା’ ପଛରେ କ’ଣ ଅଛି ଦେଖି ପାରୁ ନାହାନ୍ତି। ଅଟୋ ପଛରେ ଦ୍ରୁତଗତିରେ ଦୁଇଜଣ ଲୋକଙ୍କୁ ଆସୁଛି ଗୋଟାଏ ମୋଟର୍‌ସାଇକେଲ୍‌। ଭୁଲ୍‌ ପଟରେ ଆସି ସେମାନେ ରାସ୍ତା ମଝିକୁ ଚାଲି ଆସିଛନ୍ତି। ହଠାତ୍‌ ସେମାନେ ବ୍ରେକ୍‌ ମାରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଫୋନ୍‌ରେ କଥା କହୁଥିବା ବ୍ୟକ୍ତି ସେମାନଙ୍କୁ ପାଇଁ ନିଜକୁ ରକ୍ଷା କରିବାର ସୁଯୋଗ ନ ନାହିଁ। ଫୋନ୍‌ବାଲା ବ୍ୟକ୍ତି ଜଣକ ଆସୁଥିବା ବାଇକ୍‌ ସହ ମୁହାଁମୁହିଁ ଧକ୍କା ଆଚ୍ଛା କରି ତଳେ କଚଡ଼ାଏ ଖାଉଛନ୍ତି। ଫଳରେ ରସ୍ତାରେ ତାଙ୍କ ମୁଣ୍ଡ ପିଟି ହୋଇ ଯାଉଛି। ସେ ନିଶ୍ଚଳ ହୋଇ ସେଠରେ ପଡ଼ିରହୁଛନ୍ତି। ଗାଡ଼ି ସବୁ ଆସି ତାଙ୍କ ପାଖରେ ଅଟକୁଛନ୍ତି।

ଡାକ୍ତର ସେ ବ୍ୟକ୍ତିଙ୍କୁ ବ୍ରେନ୍‌ଡେଡ୍‌ ବୋଲି ଘୋଷଣା କରିଛନ୍ତି। ହେଲ୍‌ମେଟ୍‌ ହିଁ ଏ ଦୁର୍ଘଟଣାରୁ ରକ୍ଷା କରି ପାରି ଥାଆନ୍ତା। ସେ ଯାହା ହେଲ୍‌ମେଟ୍‌ ପିନ୍ଧି ନ ଥିଲେ।