ରେଳଯାତ୍ରୀଙ୍କ ପାଇଁ ଖୁସି ଖବର : ଏବେଠାରୁ ତତ୍କାଳ ଟିକେଟ ଉପରେ ମଧ୍ୟ ମିଳିବ ଶତପ୍ରତିଶତ ଟଙ୍କା ଫେରସ୍ତ

23

ଭାରତୀୟ ରେଳବାଇ, ଯାତ୍ରୀଙ୍କ ସୁବିଧା ପାଇଁ ନିୟମିତ ବ୍ୟବଧାନରେ କିଛି କିଛି ପଦକ୍ଷେପ ନେଉଛି । ତେବେ ନିକଟରେ ରେଳଯାତ୍ରୀଙ୍କ ପାଇଁ ଏପରି ଏକ ଘୋଷଣା ହୋଇଛି, ଯାହାର ଲାଭ ଉଠାଇପାରିବେ ଅନେକ ଯାତ୍ରୀ । ରେଳ ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ତତ୍କାଳ ରେଳବାଇ ଟିକେଟରେ ମଧ୍ୟ ପୁରା ଟଙ୍କା ଫେରସ୍ତ ମିଳିବ । ରେଳବାଇ ୫ଟି ସର୍ତ୍ତରେ ତତ୍କାଳ ଟିକେଟ ଉପରେ ଶତ ପ୍ରତିଶତ ରିଫଣ୍ଡ ଦେବା ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ କାଉଁଟର ଓ ଇ-ଟିକେଟ୍ ଉଭୟରେ ତତ୍କାଳ ଟିକେଟ୍ ଉପରେ ଟଙ୍କା ଫେରସ୍ତ ମିଳୁଛି । ନୂଆ ନିୟମ ଅନୁସାରେ ଟ୍ରେନର ପ୍ରାରମ୍ଭିକ ଷ୍ଟେସନରେ ୩ ଘଂଟା ବିଳମ୍ବରେ ଆସିଲେ, ରୁଟ୍ ପରିବର୍ତ୍ତନ ହେଲେ, କୋଚ୍ ଡ୍ୟାମେଜ ହେଲେ, ବୁକ୍ ହୋଇଥିବା ଟିକେଟର ଶ୍ରେଣୀରେ ଯାତ୍ରା ସୁବିଧା ନମିଳିଲେ ଯାତ୍ରୀ ଶତ ପ୍ରତଶତ ରିଫଣ୍ଡ ପାଇପାରିବେ ।

Train catches fire

କେବଳ ଏତିକି ନୁହେଁ ଯାତ୍ରୀଙ୍କୁ ନିମ୍ନ ଶ୍ରେଣୀରେ ଯାତ୍ରା କରୁଥିବା ସୁବିଧା ଉପଲବ୍ଧ କରାଇଲେ ରେଳବାଇ ତତ୍କାଳ ଚାର୍ଜ ମଧ୍ୟ ଫେରାଇ ନେବ । ଏହାବ୍ୟତୀତ ୫ଟି ସର୍ତ୍ତ ଆଧାରରେ ତତ୍କାଳ ଟିକେଟରୁ ମଧ୍ୟ ଶତ ପ୍ରତିଶତ ଟଙ୍କା ଫେରସ୍ତ ପାଇବାର ନିୟମ ହୋଇଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ରେଳବାଇର ସୁରକ୍ଷା ପାଇଁ କଡ଼ା ନିୟମ ପ୍ରଣୟନ ହୋଇଥିଲା । ରେଳବାଇର ବରିଷ୍ଠ ଅଧିକାରୀ ଚାଲୁଥିବା ସୁରକ୍ଷା କାର୍ଯ୍ୟ ଠିକରେ ହେଉଛି ନାଁ ନାହିଁ ସେଥିପାଇଁ ଦୁଇ ଦିନ ପାଇଁ ଶିବିରରେ ରହିବେ ବୋଲି କର୍ତ୍ତପକ୍ଷ ନିର୍ଦ୍ଦେଶ ଦେଇଥିଲେ । ରେଳବାଇ ସୁରକ୍ଷା ସମ୍ମନ୍ଧିତ କାର୍ୟ୍ୟ ଯେପରି ଟ୍ରାକ ନବୀକରଣ, ପ୍ଲାଟଫର୍ମ ନିର୍ମାଣ ଓ ଟ୍ରାକ ରକ୍ଷଣାବେକ୍ଷଣ ପରି କାର୍ଯ୍ୟର ସଂଚଳାନ କରିବା ପାଇଁ ନିୟମ ହୋଇଥିଲା  ।