ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଉ ଏକ ସଫଳତା ! ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ଏଚଏସଟିଡିଭି’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ହାଇପରସୋନିକ ଟେକ୍ନଲୋଜି ଡେମନଷ୍ଟ୍ରେସନ୍ ଭେଇକିଲ୍ ପରୀକ୍ଷଣ

160

କନକ ବ୍ୟୁରୋ: ଆଜି ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ଅବ୍‌ଦୁଲ୍‌ କଲାମ ଦ୍ୱୀପରୁ ‘ଏଚ୍‌ଏସ୍‌ଟିଡିଭି’ର (ହାଇପର୍‌ସୋନିକ୍‌ ଟେକ୍ନୋଳଜି ଡେମନ୍‌ଷ୍ଟ୍ରେଟିଭ୍‌ ଭେଇକ୍ଲ୍‌) ଉତ୍‌କ୍ଷେପଣ ସଫଳ ହୋଇଛି। ୪ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ପୂର୍ବରୁ ୨୦୧୭ରେ ମଧ୍ୟ ଦୁଇ ଥର ଏଚ୍‌ଏସ୍‌ଟିଡିଭିକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା। ଘଣ୍ଟାପ୍ରତି ୭, ୯୯୨ କିଲୋମିଟର୍‌ ବେଗରେ ଏଚ୍‌ଏସ୍‌ଟିଡିଭି ୨୦ ସେକେଣ୍ଡ୍‌ରେ ୩୨. ୫ କିଲୋମିଟର୍‌ ଯାଏଁ ଗତି କରିପାରିବ।