ସ୍ଲୋ ଇଂଟରନେଟରେ ଉଠାଇପାରିବେ ଏଚଡ଼ି ଭିଡ଼ିଓର ମଜା ! ଜାଣନ୍ତୁ ଏଥିପାଇଁ କରିବେ କ’ଣ ?

99

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତେବେ ସ୍ଲୋ ଇଂଟରନେଟ୍ କନେକ୍ସେନ ପାଇଁ ନିଶ୍ଚୟ ଅସୁବିଧା ଭୋଗୁଥିବେ । ଅନେକ ଥର ଆପଣଙ୍କ ୪ଜି ଇଂଟରନେଟ୍ ଫୋନ ମଧ୍ୟ ୨ଜି ପରି କାମ କରିଥାଏ । ଏପରି ସ୍ଥିତିରେ ଆମେ ସର୍ଭିସ ପ୍ରୋଭାଇଡର କଂପାନୀ ଉପରେ ନିଜର ସମସ୍ତ ରାଗ ଶୁଝାଇବାରେ ଲାଗିପଡନ୍ତି । ତେବେ ରାଗିକି ନେଟୱର୍କ ପରିବର୍ତ୍ତନ କଲେ ମଧ୍ୟ ବେଶୀ କିଛି ସୁଫଳ ମିଳେ ନାହିଁ । ଆଉ ଏପରି ଅସୁବିଧା ଯୋଗୁଁ ଭିଡ଼ିଓ ଦେଖିଲାବେଳେ ଭାରି ବିରକ୍ତିବୋଧ ହୁଏ । ତେବେ ଏପରି ଅସୁବିଧା ଭୋଗୁଥିଲେ ଆଉ ଚିନ୍ତା କରନ୍ତୁ ନାହିଁ । ଗୁଗଲର ଆପ୍ ସାହଯ୍ୟରେ ଏଚଡ଼ି ଭିଡ଼ିଓରେ ମଜା ଉଠାଇପାରିବେ, ତାହା ବି ସ୍ଲୋ ଇଂଟରନେଟ୍ ବେଗରେ । ଗୁଗଲ ଭିଡ଼ିଓ ଷ୍ଟ୍ରିମିଙ୍ଗ୍ ଆପ୍ ୟୁଟ୍ୟୁବ୍ ଗୋ ଏବେ ବହୁଳ ରୂପରେ ପ୍ରସାର ହେଉଛି । କମ୍ପାନୀ ନିଜ ବ୍ଲଗରେ ସୂଚନା ଦେଇ କହିଛି, ୟୁଟ୍ୟୁବ୍ ଗୋ ଆପ୍ ଏବେ ୧୩୦ ଦେଶରେ ଆରମ୍ଭ ହୋଇସାରିଛି ।

–       ଗ୍ରାହକଙ୍କ ମଜାକୁ ଦ୍ୱିଗୁଣିତ କରିବା ପାଇଁ ଗୁଗଲ ଏଥିରେ ଆଉ ଅନେକ ଫିଚର ଯୋଡ଼ିଛି । ଯାହା ଗ୍ରାହକଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ୟୁଜର ଏବେ ଭିଡ଼ିଓକୁ ହାଇକ୍ୱାଲିଟିରେ ଡାଉନଲୋଡ଼୍, ଷ୍ଟ୍ରିମ ଓ ଶେୟାର କରିପାରିବେ ।

–       ଭାରତରେ ଗୁଗଲ ଏହି ଆପକୁ ନଭେମ୍ବରେ ମାସରେ ଉପସ୍ଥାପନ କରିଛି । ଏହାକୁ ୟୁଜର ସ୍ଲୋ ଇଂଟରନେଟରେ ମଧ୍ୟ ଭିଡ଼ିଓ ଦେଖିପାରିବେ, ଶେୟାର କରିପାରିବେ କିମ୍ବା ଡାଉନଲୋଡ଼୍ କରିପାରିବେ ।

–       ଭିଡ଼ିଓ ପାଇଁ ଖାସ କରି ତିଆରିି ହୋଇଛି ଏହି ଆପ୍ । ଯାହା କମ ଡାଟା ବେଗରେ ମଧ୍ୟ କାମ କରିବ ।

–       କେବଳ ଏତିକି ନୁହେଁ ଏହି ଆପରୁ ଭିଡ଼ିଓକୁ ଅଫଲାଇନ୍ ଦେଖିବା ପୂର୍ବରୁ ପ୍ରିଭ୍ୟୁ ମଧ୍ୟ କରାଯାଇପାରିବ । ଡାଉନଲୋଡ଼୍ କରାଯାଇଥିବା ଭିଡ଼ିଓ ଇଣ୍ଟରନାଲ୍ ମେମୋରୀ କାର୍ଡ଼ରେ ସେଭ ହୋଇଯିବ ।

–       ଏହି ଭିଡ଼ିଓ ୧୪୪ପି ଓ ୩୬୦ପି ରିଜୋଲ୍ୟୁସନରେ ଉପଲବ୍ଧ ଅଟେ । ଆଉ ଏହି ଭିଡ଼ିଓକୁ ବ୍ଲୁଟୁଥ୍ ଜରିଆରେ ଶେୟାର ମଧ୍ୟ କରାଯାଇପାରିବ । ଏହା ବ୍ୟତୀତ ୱାଇଫାଇରେ ମଧ୍ୟ ଭିଡ଼ିଓ ଶେୟାର ହୋଇପାରିବ ।

–       ଏହି ଆପ୍ ୟୁଜରଙ୍କ ହୋମପେଜରେ ଟ୍ରେଣ୍ଡିଂ ଭିଡ଼ିଓ ଦେଖାଇବ । ଯାହା ପାଇଁ ଲୋକେସନ୍ ଅନ୍ ରହିବା ଜରୁରୀ ।

–       ଏହି ଆପ୍ ଆଣ୍ଡ୍ରଏଡ଼୍ ୪.୨ ଭର୍ସନରେ କାମ କେର । ଏହି ଆପକୁ ଫୋନରେ ସ୍ପେସ୍ ପାଇଁ ମଧ୍ୟ ଅଧିକ ଅଧିକାର କରେ ନାହିଁ । କାରଣ ଏହାର ପୁରା ଆକର ହେଲା ୧୦ ଏମବି ।