ଏସବିଆଇରେ ଆକାଉଂଟ ଅଛି କି ? ବନ୍ଦ ହୋଇପାରେ ଆକାଉଂଟ, ମାତ୍ର ୧୦ ମିନିଟ୍ ସମୟ ଦେଇ ଅସୁବିଧାରୁ ବଞ୍ଚନ୍ତୁ

49

ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଆପଣଙ୍କ ଆକାଉଂଟ ଅଛି କି ? ତେବେ ଆପଣଙ୍କ ବ୍ୟାଙ୍କ୍ ଆକାଉଂଟକୁ ଆଧାର ସହ ୩୧ ଡିସେମ୍ବର ପର୍ଯ୍ୟନ୍ତ ଲିଙ୍କ୍ କରିଦିଅନ୍ତୁ । ଯଦି ଏପରି ନକରନ୍ତି ଆପଣଙ୍କ ଆକାଉଂଟ ବନ୍ଦ କରିଦେବ ଏସବିଆଇ । ଏସବିଆଇର ସମସ୍ତ ଗ୍ରାହକଙ୍କୁ କୌଣସି ବି ପରସ୍ଥିତିରେ ୩୧ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ନିଜର ଆଧାର ନମ୍ବର ବ୍ୟାଙ୍କରେ ସବମିଟ୍ କରିବା ପାଇଁ ପଡ଼ିବ । ଏସବିଆଇ ଗ୍ରାହକ ଇନରନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଆଧାର ନମ୍ବରକୁ ଆକାଉଂଟ ସହ ଲିଙ୍କ୍ କରିପାରିବେ । ତେବେ ଆପଣ ଏସବିଆଇ ଆକାଉଂଟକୁ ଆଧାର ନମ୍ବର ସହ ଏସଏମଏସ୍, ଏଟିଏମ୍ ମାଧ୍ୟମରେ ମଧ୍ୟ ଲିଙ୍କ୍ କରିପାରିବେ ।

ଏସଏମଏସ୍ ଜରିଆରେ କେମିତି କିରିବେ ଲିଙ୍କ୍ –
ଗ୍ରାହକ ଏସଏମଏସ୍ ଜରିଆରେ ଏସବିଆଇ ଆକାଉଂଟକୁ ଆଧାର ନମ୍ବର ସହ ଲିଙ୍କ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ଆଧାର ନମ୍ବର ଲେଖି ସ୍ପେସ୍ ଦେବା ପାଇଁ ପଡ଼ିବ । ତା’ପରେ ଆକାଉଂଟ ନମ୍ବର ଲେଖି ୫୬୭୬୭୬କୁ ନିଜର ରେଜିଷ୍ଟ୍ରେଡ଼୍ ମୋବାଇଲ ନମ୍ବରରୁ ମେସେଜ କରବା ପାଇଁ ପଡ଼ିବ । ଯଦି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ନାହିଁ, ତେବେ ଆପଣଙ୍କୁ ଏହାର ସୂଚନା ଏସଏମଏସ୍ ଜରିଆରେ ହିଁ ମଳିଯିବ ।

 

ଏଟିିଏମ୍ ଜରିଆରେ କିପରି କରିବେ ଲିଙ୍କ୍ –
ଏଟିଏମ କାର୍ଡକୁ ସ୍ୱାଇପ୍ କରି ପିନ୍ ଦିଅନ୍ତୁ । ଏହାପରେ ସର୍ଭିିସ ଟାବରେ ରେଜିଷ୍ଟ୍ରେସନ୍ ଅପ୍ସନକୁ ଚୟନ କରନ୍ତୁ । ଏଠାରେ ଆଧାର ରେଜିଷ୍ଟ୍ରେସନ୍ ଓ ଆକାଉଂଟ ଟାବ ଚୟନ କରନ୍ତୁ । ଏହାପରେ ଅପାଣଙ୍କୁ ୨ ଥର ଆଧାର ନମ୍ବର ଦେବାକୁ ପଡ଼ିବ ଏବଂ ପ୍ରକ୍ରିୟା ପୁରା ହୋଇଯିବ ।

ଏସିବିଆଇ ବ୍ରାଂଚରୁ କିପରି କରିବେ ଲିଙ୍କ୍ –
ନିଜର ଆଧାର କପି ସହ ‘Letter of Request’ ବ୍ୟାଙ୍କରେ ଦାଖଲ କରିବା ପାଇଁ ପଡ଼ିବ । ବ୍ରାଂଚରେ ଥିିବା ବ୍ୟାଙ୍କ ଅଧକାରୀଏହାର ଯାଂଚ କରିବେ । ଏହାପରେ ଲିଙ୍କିଙ୍ଗ୍ ପ୍ରକ୍ରିୟା ପୁରା ହୋଇଯିବ । ଆପଣଙ୍କ ରେଜିଷ୍ଟ୍ରେଡ଼୍ ମୋବାଇଲ ନମ୍ବରକୁ ଏନେଇ ସୂଚନା ଆସିଯିବ ।