ଚିନ୍ତାରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ : ଚୀନର ଋୁଣ ପରିଶୋଧ କରିବା ସରକାର ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ !

54

କନକ ବ୍ୟୁରୋ : ପାକିସ୍ତାନରେ ଘୋର ଭାବରେ ଆର୍ଥିକ ସଙ୍କଟ ଦେଖାଦେଇଛି । ସ୍ଥିତି ଏପରିକି ଦେଶ ଚଳାଇବା ସ୍ଥିତିରେ ପାକିସ୍ତାନକୁ ଘୋର ଅସୁବିଧା ଦେଇ ଗତି କରିବାକୁ ପଡୁଛି । ପୂର୍ବରୁ ପାକିସ୍ତାନ ଆମେରିକାର ଆର୍ଥିକ ସାହାର୍ଯ୍ୟରେ ଦେଶ ଚଳାଉଥିଲା । ତେବେ ଆମେରିକା ସାହାର୍ଯ୍ୟ ବନ୍ଦ କଲାପରେ ଘୋର ଅଭାବରେ ପାକିସ୍ତାନ ଚଳୁଥିଲା । ତେବେ ଆମେରକା ପରେ ଚୀନ ପାକିସ୍ତାନକୁ ଅନେକ ଋୁଣ ଦେଇଥିଲା । ସେହ ଅର୍ଥରେ ପାକିସ୍ତାନ ନିଜ ଦେଶକୁ ଚଳାଉଥିଲା । ତେବେ ନିକଟରେ ଚୀନ ମଧ୍ୟ ଋଣ ଦେବା ଲାଗି ଅମଙ୍ଗ ହେଲାଣି ତେଣୁ ଚିନ୍ତାରେ ପାକିସ୍ତାନ । ନିକଟରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପାକିସ୍ତାନର ଜାତୀୟ ଆସେମବ୍ଲିରେ ସଂଖ୍ୟା ଗରିଷ୍ଠ ଦଳ ଭାବେ ଇମ୍ରାନ ଖାଁଙ୍କ ପିଟିଆଇ ଦଳ ଦେଶରେ କ୍ଷମତାସୀନ ହେବାକୁ ଯାଉଛି। ତେବେ ଏ ସମସ୍ତ ବ୍ୟବସ୍ଥା ମଧ୍ୟରେ ଆସନ୍ତା ୧୧ ତାରିଖ ଦିନ କ୍ରିକେଟିୟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟ ଯାହା ପାକିସ୍ତାନକୁ ସବୁଠାରୁ ଅଧିକ ବିଚଳିତ କରିଛି ତାହା ହେଉଛି ପାକିସ୍ତାନର ଆର୍ଥିକ ସ୍ଥିତି। ପାକିସ୍ତାନର ଆର୍ଥିକ ଅବସ୍ଥା ଦେବାଳିଆ ଅବସ୍ଥାକୁ ଆସି ଯାଇଥିବାରୁ ବିଶେଷ କରି ଚୀନ ଋଣ ପରିଶୋଧ କରିବାକୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ମନିଟାରି ଫଣ୍ଡ( ଆଇଏମଏଫ) ଠାରୁ ଆର୍ଥିକ ସହାୟତା ପାଇଁ ଆଖେଇଛି । ମାତ୍ର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ଇମଆନ ଖାଁଙ୍କୁ ଝଟକା ଲାଗିଛି। ୟୁଏସ ସେକ୍ରେଟାରି ଅଫ ଷ୍ଟେଟ୍ସ ମାଇକ ପମ୍ପେଓ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେରିକା ଆଇଏମଏଫର କାର୍ଯ୍ୟ ଉପରେ କଡ଼ା ନଜର ରଖିଛି। ଚୀନର ଋଣଭାରରୁ ପାକିସ୍ତାନକୁ ମୁକ୍ତି କରିବା ପାଇଁ ଯେପରି କୌଣସି ପଦକ୍ଷେପ ନ ନିଏ ସେଥିପାଇଁ ମାଇକ ପମ୍ପେଓ ଆଇଏମଏଫକୁ ସତର୍କ କରି ଦେଇଛନ୍ତି।

 

ଏକ ଘରୋଇ ଚାନେଲକୁ ସାକ୍ଷାତକାରଦେଇ ପମ୍ପେଓ କହିଛନ୍ତି ଯେ ଆକେରିକା ପାକିସ୍ତାନର ନୂଆ ସରକାର ସହିତ ସୁସମ୍ପର୍କ ସ୍ଥାପନ ପାଇଁ ଆଗ୍ରହୀ। କିନ୍ତୁ ଏହାର ଅର୍ଥ ନୁହେଁ ଏଥିପାଇଁ ପାକିସ୍ତାନ ଚୀନ ଠାରୁ ନେଇ ଥିବା ଋଣ ପରିଶୋଧ ପାଇଁ ଆଇଏମଏଫକୁ ବ୍ୟବହାର କରିବା ପାଇର୍ ଆମେରିକା ପାକିସ୍ତାନକୁ ସୁଯୋଗ ଦେବ। ସୂଚନାଯୋଗ୍ୟ ଯେ ପାକିସ୍ତାନର ଅଧିକାରୀମାନେ ଆଇଏମଏଫ ଠାରୁ ପାକିସ୍ତାନ ୧୨ ବିଲୟନ ଡଲାର ଋଣ ନେଇ ଚୀନର ଋଣ ପରିଶୋଧ କରିବା ସହିତ ତାର ଆର୍ଥିକ ଦେବାଳିଆ ସ୍ଥିତିକୁ ବର୍ତ୍ତିବା ପାଇଁ ଇମ୍ରାନ ଖାଁଙ୍କୁ ପରାମର୍ଶ ଦେଉଛନ୍ତି। ଏ ସମ୍ପର୍କିତ ରିପୋର୍ଟ ଆସିବା ପରେ ଆମେରିକା ପକ୍ଷରୁ ଏପରି କଡ଼ା ବିରୋଧ ଆସିଛି। ତେଣୁ ବର୍ତ୍ତମାନ ସମୟରେ ଆମେରିକା ଯେପରି ଭାବରେ ଚୀନ ଉପରେ ନଜର ରଖିଛି କିପରି ଭାବରେ ପାକିସ୍ତାନ ଚୀନର ଋୁଣ ପରିଶୋଧ କରିବ ତାହାକୁ ନେଇ ଚିନ୍ତାରେ ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ।