ବାଇକପ୍ରେମୀଙ୍କ ପାଇଁ ଖୁସିଖବର! ଖୁବଶୀଘ୍ର ବଜାରକୁ ଆସିବ ହୋଣ୍ଡାର X-Blade ବାଇକ, ଷ୍ଟାଇଲିସ ଲୁକ ସାଙ୍ଗକୁ ରହିଛି ଜବରଦସ୍ତ ଫିଚର । ଜାଣନ୍ତୁ କେତେ ରହିବ ଦାମ

121

ବାଇକପ୍ରେମୀଙ୍କ ପାଇଁ ଖୁସିଖବର । ଅଟୋ ଏକ୍ସପୋ ୨୦୧୮ର ଦ୍ୱିତୀୟ ଦିନରେ ହୋଣ୍ଡା କମ୍ପାନି ଏକ ନୂଆ ବାଇକ ଲଞ୍ଚ କରିଛି । ଯୁବବର୍ଗଙ୍କ ଚାହିଦାକୁ ଲକ୍ଷ୍ୟ କରି କମ୍ପାନି ମିଡ ରେଞ୍ଜର X-Blade ବାଇକ ବଜାରକୁ ଆଣିଛି । ୧୬୦ ସିସିର ଏହି ବାଇକର ଡିଜାଇନ ମଧ୍ୟ ବେଶ ଆକାର୍ଷଣୀୟ ହୋଇଛି । ଏହାର ବିକ୍ରି ମାର୍ଚ୍ଚ ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ କମ୍ପାନି ପକ୍ଷରୁ ଏହାର ଦାମ କୁହାଯାଇନାହିଁ ।

ହୋଣ୍ଡା X-Bladeରେ ୧୬୨.୭ସିସିର ସିଙ୍ଗଲ ସିଲିଣ୍ଡର ଏୟାର ଫୁଲ୍ଡ ଇଞ୍ଜନ ରହିଛି । ଏଭଳି ଇଞ୍ଜିନ ହୋଣ୍ଡା ସିବି ହର୍ଣ୍ଣେଟରେ ମଧ୍ୟ ରହିଛି । X-Bladeରେ ୫ଟି ଗିୟର ରହିଥିବା ବେଳେ ଡିସ୍କବ୍ରେକକୁ ନେଇ ଗାଡିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କେବଳ ଆଗ ହ୍ୱିଲରେ ଡିସ୍କ ବ୍ରେକ ରହିଛି । ତାଛଡା ଏହାର ଟାଙ୍କିକୁ ଖୁବ ପତଳା ରଖାଯାଇଛି ଏବଂ ଟେଲ ଲାଇଟକୁ ଏଲଇଡି ଯୁକ୍ତ କରାଯାଇଛି । ଯୁବବର୍ଗଙ୍କୁ ଟାର୍ଗେଟରେ ରଖି ଏଭଳି ବାଇକ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ବଜାରକୁ ଏହି ବାଇକ ଆସିବା ପରେ ଏହାର ମୁକାବିଲା Pulsar NS 160 ଓ  Suzuki Gixxer ସହିତ ହେବ ବୋଲି ଆଶା କରାଯାଉଛି । କାରଣ ଏହି ଦୁଇଟି ବାଇକ ଭଳି X-Bladeରେ ମଧ୍ୟ ଜବରଦସ୍ତ ଫିଚର ରହିଛି । ୫ଟି ଭିନ୍ନ ଭିନ୍ନ ରଙ୍ଗ ସହ ଏହି ବାଇକ ବଜାର ପ୍ରବେଶ କରିବ । ଷ୍ଟାଇଲିସ ଲୁକ୍ ଦେଉଥିବା ଏହି ବାଇକର ମୂଲ୍ୟ ପାଖାପାଖି ୮୦ରୁ ୯୦ ହଜାର  ଭିତରେ ରହିବ ବୋଲି ଅନୁମାନ କରାଯାଉଛି ।