ପଡ଼ିଲା ଭାଷା ଆନ୍ଦୋଳନ ପ୍ରଭାବ : ଭାଷା ସୁରକ୍ଷା ପାଇଁ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ

43

କନକ ବ୍ୟୁରୋ :  ଓଡ଼ିଆ ଭାଷା ପାଇଁ ତିଆରି ହେଲା ବିଭାଗ । ବଦଳିଲା ସଂସ୍କୃତି ବିଭାଗ ନାଁ । ଏହାର ନୂଆ ନାଁ ହେଉଛି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ । ଓଡ଼ିଆ ଭାଷା ଆନ୍ଦୋଳନ ବ୍ୟାପକ ହେବା ପରେ ସରକାର ଏହି ନିଷ୍ପତ୍ତିି ନେଇଛନ୍ତି ।

ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଗତ ଡିସେମ୍ବର ମାସରେ ପୁରୀରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଭାଷା କମିସନ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଗଠନ କରାଯାଇ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଦୀର୍ଘଦିନ ଧରି ଓଡ଼ିଆ ଭାଷା ପାଇଁ ହେଉଥିବା ଆନ୍ଦୋଳନ ପରେ ସରକାର ଏହି ନିଷ୍ପତ୍ତିି ନେଇଛନ୍ତି ।