ଏସସିବିରେ ଗୁରୁତର ହୋମଗାର୍ଡଙ୍କୁ ଭେଟିଲେ ପୁଲିସ କମିସନର : କହିଲେ,ଆତ୍ମାହୁତି ଘଟଣାର ହେବ ତଦନ୍ତ

29

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆତ୍ମାହୁତି ଉଦ୍ୟମ କରିଥିବା ହୋମଗାର୍ଡ ସନ୍ଦୀପ ହାତୀଙ୍କୁ ଭେଟିଲେ ପୁଲିସ କମିସନର ୱାଇ ବି ଖୁରାନିଆ । ଏସିିବିରେ ସନ୍ଦୀପଙ୍କ ସ୍ୱାସ୍ଥ୍ୟବସ୍ଥ୍ୟ ପଚାରିବୁଝିବା ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଘଟଣାର ତଦନ୍ତ କରାଯିବା ସହ ସନ୍ଦୀପଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ କମିସନରେଟ ପୁଲିସ ବହନ କରିବ ବୋଲି କହିଛନ୍ତି ରାଜେନ୍ଦ୍ର ପ୍ରସାଦ ଶର୍ମା।

ଗତକାଲି ବିଳମ୍ବିତ ରାତିରେ ସନ୍ଦୀପ ନବୀନ ନିବାସ ସାମ୍ନାରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କର ଶରୀରର ପ୍ରାୟ ୬୦ ଭାଗ ପୋଡିଯାଇଛି। ପୁଲିସ ଓ ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ନବୀନ ନିବାସ ସମ୍ମୁଖରେ ଥିବା କଡା ସୁରକ୍ଷା ବଳୟକୁ ଭେଦକରି ସନ୍ଦୀପ କିଭଳି ସେଠାକୁ ଗଲେ ଓ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସନ୍ଦୀପ ଜଣେ ହୋମଗାର୍ଡ ଭାବେ କାମ କରୁଥିବାବେଳେ କୌଣସି କାରଣରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ପୁନଃ ଚାକିରିରେ ଅବସ୍ଥାପିତା କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରି ନିରାଶ ହେବା ପରେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ପୁଲିସ ଡିଜି ଘଟଣାସଂପର୍କରେ କଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓରେ :