ଦାନ ମାଝୀଙ୍କ ସଂପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

25

ଦାନ ମାଝୀଙ୍କ ସଂପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । କିଭଳି ଆଉ କେଉଁ ପରିସ୍ଥିତିରେ ଦାନ ମାଝୀ ନିଜ ମୃତ ସ୍ତ୍ରୀଙ୍କ ଶବକୁ କାନ୍ଧରେ ଧରି ୧୨ କିଲୋମିଟର ରାସ୍ତା ଚାଲିଲେ ସେ ସମ୍ବନ୍ଧରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦେବେ । ଏହିସବୁ ଘଟଣା ଭିତରେ ଉପାନ୍ତ ଅଂଚଳରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି । ଦାନ ମାଝୀଙ୍କ ସଂପର୍କରେ ରାଜ୍ୟ ସରକାର କଣ ରିପୋର୍ଟ ଦେବେ ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଏହିରିଭିତରେ ଏମିତି କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି ଯାହା କିି ଏବେ ଚିନ୍ତାର ବିଷୟ ପାଲଟିଛି । କେନ୍ଦ୍ର ସରକାରଙ୍କ ଏମିତି କିଛି ସ୍କିମ ରହିଛି ତା ମଧ୍ୟରୁ ଦାନ ମାଝୀଙ୍କ ନିକଟରେ ଅଧା ପହଂଚିଛି ଆଉ କିଛି ମୋଟେ ପହଂଚିନାହିଁ । ରାଜ୍ୟ ସରକାର କଣ ରିପୋର୍ଟ ଦେବେ କେନ୍ଦ୍ର ସରକାରଙ୍କୁ ତାହା ଏବେ ଦେଖିବାର ଅଛି । ଏହି ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟ୍ :