ପରଦାରେ ପୁଣିଥରେ ପଶୁ ମଣିଷ ଲଢ଼େଇ ! ରିଲିଜ୍ ହେଲା ଜୁରାସିକ୍ ସିରିଜର ପଞ୍ଚମ ଫିଲ୍ମ ।

29

କନକ ବ୍ୟୁରୋ : ଏଥର ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ହଲିଉଡ୍ ଫିଲ୍ମ ଜୁରାସିକ୍ ୱର୍ଲ୍ଡ – ଫଲନ କିଙ୍ଗଡମ୍ । ୨୫ ବର୍ଷ ପରେ ବି ପ୍ରଶଂସକ ମହଲରେ ଲାଗିରିହିଛି ଡାଇନୋସର୍ ନେଇ ଉକ୍ରଣ୍ଠା । ତେବେ ଫିଲ୍ମଟିର ପ୍ରଥମ ଭାଗ ୨୦୧୫ ମସିହାରେ ପରଦାକୁ ଆସିଥିଲା । ଏବେ ଏହାର ଦ୍ୱିତୀୟ ଭାଗ ମୁକ୍ତିଲାଭ କରିଛି । ପ୍ରଥମ ଭାଗରେ ଜୁରାସିକ୍ ୱାର୍ଲ୍ଡ ଡାଏନୋସର୍ ପାର୍କକୁ ବନ୍ଦ କରିଦିଆ ଯାଇଥିବାବେଳେ, ଏଥର ସେଠାରୁ ଡାଏନସରଙ୍କୁ ସ୍ଥାନନ୍ତର କରାଯାଉଛି ।

ଏହାଭିତରେ ଏକ ନୂଆ ପ୍ରଜାତୀର ଡାଏନସର୍ ପ୍ରସ୍ତୁତ କରିବା ପାଇଁ କିଛି ବଦମାସ୍ ସାଇଣ୍ଟିଷ୍ଟ ଯୋଜନା କରନ୍ତି । ଯେଉଁମାନଙ୍କୁ ଯୁଦ୍ଧରେ ଉପଯୋଗ କରାଯିବ । ଏହି ଆଡଭେନଚର୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେ. ଏ ବୋୟନା । ଫିଲ୍ମରେ କ୍ରିସ୍ ପାର୍ଟ, ବ୍ରାଇସ୍ ଡଲାସଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିଛି । ଜୁରାସିକ୍ ୱାର୍ଲ୍ଡ ଫଲେନ୍ କିଙ୍ଗଡମରେ ଡାଇନୋସର ଆତଙ୍କର ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ।