ବଢ଼ୁଛି ହୀରାକୁଦ ଜଳସ୍ତର : ଆସନ୍ତା ୨୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ

32

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଛତିଶଗଡ଼ ସରକାର ତାଙ୍କ ଅଧିକାଂଶ ବ୍ୟାରେଜ୍‌ର ଗେଟ୍‌ ଖୋଲି ଦେଇଛି । ଫଳରେ ବର୍ତ୍ତମାନ ଅତି ଦୃତଗତିର  ଓଡ଼ିିଶାର ହୀରାକୁଦ ଡ୍ୟାମ୍‌ ଭର୍ତ୍ତି ହେବାରେ ଲାଗିଛି।  ଏଥିପାଇଁ ମହାନଦୀ କୂଳ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କଲେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ହୀରାକୁଦ୍ ଡ୍ୟାମର ଜଳସ୍ତର ୬୦୭.୩୫ ଫୁଟ୍ ରହିଛି ।

hirakud

ମିଳିଥିବା ସୂଚନା ଅନଯାୟୀ, ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାବେଳେ  ୧୯ ତାରିଖ ସୁଦ୍ଧା ହୀରାକୁଦ୍‌ର ଜଳସ୍ତର ୬୦୭.୨୫ ଫୁଟ୍‌ ରହିଛି । ବର୍ତ୍ତମାନ  ହୀରାକୁଦ  ଡ୍ୟାମ୍‌ ଭିତରକୁ  ପ୍ରତି ସେକେଣ୍ଡରେ  ୧ ଲକ୍ଷ ୧୭ ହଜାର ୬ଶହ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ  ମାତ୍ର ୧୫ ହଜାର ୫୪୦ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ଅପରପକ୍ଷେ ପୁଣି ଏକ ଳଘୁଚାପ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ହୀରାକୁଦ ଡ୍ୟାମ୍‌ର କ୍ୟାଚ୍‌ମେଣ୍ଟ୍‌ ଅଞ୍ଚଳରୁ ଅଧିକ ପାଣି ଡ୍ୟାମ୍‌ ଭିତରକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ତେଣୁ ଆଗାମୀ ୨୪ ତାରିଖରେ  ଡ୍ୟାମ୍‌ରୁ  ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।