୧୭ଟି ଗେଟ୍ ଦେଇ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟାଜଳ : ଡ୍ୟାମରେ ଜଳପତନ ୬୧୬ ଫୁଟ

36

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ହୀରାକୁଦ ଡ୍ୟାମରେ ଆଜି ଖୋଲାଯାଇଛି ଆଉ ଗୋଟିଏ ଗେଟ୍ । ଫଳରେ ୧୭ଟି ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ଉପର ମୁଣ୍ଡରେ ବର୍ଷା ସ୍ଥିତି ଅନୁଧ୍ୟାନ ପରେ ଖୋଲିପାରେ ଅଧିକ ଗେଟ୍ । ବର୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୨ ହଜାର ୧୩୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୭୦ ହଜାର ୭୩୮କ୍ୟୁସେକ୍ ଜଳ ମହାନଦୀକୁ ଛଡ଼ାଯାଉଛି । ଛତିଶଗଡ଼ର ସରାଡ଼ିହି ଓ ସିଉରିନାରାୟଣ ନଦୀରୁ ବ୍ୟାପକ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାରରୁ ଗଚ୍ଛିତ ଜଳକୁ ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଇ ମହାନଦୀକୁ ନିଷ୍କାସିତ କରାଯାଉଛି । ଜଳଭଣ୍ଡାରରେ ଜଳପତନ ବୃଦ୍ଧି ପାଇ ୬୧୬ ଫୁଟ୍ ପର୍ଯ୍ୟନ୍ତ ପହଂଚିଲାଣି । ବର୍ତମାନ ମହାନଦୀର ଖଇରମାଲ ନିକଟରେ ୩ଲକ୍ଷ ୫୦ ହଜାର, ବଡ଼ମୁଲ ଠାରେ ୩ଲକ୍ଷ ୮୧ ହଜାର ଓ ମୁଣ୍ଡଳୀ ଠାରେ ୪ ଲକ୍ଷ ୩୨ ହଜାର ଜଳ ପ୍ରବାହୀତ ହେଉଛି । ବନ୍ୟା ଜଳ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ନକରି କିପରି ବଙ୍ଗୋପସାଗରରେ ପହଂଚିବ, ତାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ କର୍ତୃପକ୍ଷ ଗେଟ୍ ପରିଚାଳନା ପ୍ରତି ଦୃଷ୍ଟି ଦେଇଛନ୍ତି ।