ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଲାଇନଚ୍ୟୁତ : ଓଡିଶା ସୀମାନ୍ତ କୁନେର ଷ୍ଟେସନ ନିକଟରେ ଧାରଣରୁ ଖସିଗଲା ୯ବଗି

33

କନକ ବ୍ୟୁରୋ : ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଛି । ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ ଓଡିଶା ସୀମାନ୍ତ ଆନ୍ଧ୍ରର କୁନେରୁ ଷ୍ଟେସନ ପାଖରେ ବଡ ଦୁର୍ଘଟଣା ଶିକାର ହୋଇଛି ।

ରାୟଗଡା ଠାରୁ ୨୪ କିଲୋମିଟରର ଦୁରରେ ଘଟିଛି ଏହି ଦୁର୍ଘଟଣା । ରାତି ପ୍ରାୟ ୧୧ଟାରେ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏଥିରେ ୧୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ରେଲବାଇ ସ୍ପଷ୍ଟ କରିଛି । ତେବେ ପ୍ରତ୍ୟକ୍ଷଦର୍ଶୀ ୨୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କହୁଛନ୍ତି । ଆହତଙ୍କ ସଂଖ୍ୟା ଶତାଧିକ ବୋଲି ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ –