ଘୁଞ୍ଚିିବନି ASO ପରୀକ୍ଷା ! ପୂର୍ବ ନିର୍ଦ୍ଧାରିତ ତାରିଖରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

334

କନକ ବ୍ୟୁରୋ : ଆସନ୍ତା ୨୦ରେ ହେବାକୁ ଥିବା ଏଏସଓ ପରୀକ୍ଷା ଘୁଞ୍ଚିବ ନାହିଁ । ନିର୍ଦ୍ଧାରିତ ସମୟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରୀକ୍ଷା ଘୁଂଚାଇବା ପାଇଁ ଦାୟର ହୋଇଥିବା ପିଟିସନକୁ ଖାଜର କରିଛନ୍ତି ହାଇକୋର୍ଟ । ଏମାମଲାରେ ହସ୍ତକ୍ଷେପ କରିବା ପାଇଁ କରିଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ଅନୁଷ୍ଠିତ ପରିଚାଳିତ ଆସିଷ୍ଟାଣ୍ଡ ସେକ୍ସନ୍ ଅଫିସର ପରୀକ୍ଷା ପୂର୍ବ ନର୍ଦ୍ଧାରିତ ତାରିଖ ଅନୁସାରେ ହିଁ ହେବ । ଏକାଦିନରେ ଏଏସଓ ପରୀକ୍ଷା ଥିବାବେଳେ ଜାତୀୟସ୍ଥରର ଆଇବିପିଏସ ମେନ ଓ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଥିବାରୁ କିଛି ପ୍ରାର୍ଥୀ ରାଜ୍ୟସ୍ତରରେ ଥିବା ଏହି ପରୀକ୍ଷାକୁ ସ୍ଥଗିତ କରି ଅନ୍ୟ ଦିନରେ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥଲେ । ଜାନୁଆରୀ ୨୦ରେ ହେବାକୁ ଥିବା ଓପିଏସସିର ASO ପରୀକ୍ଷା ଉପରେ ସ୍ଥଗିତାଦେଶ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ହାଇକୋର୍ଟ ପ୍ରର୍ଥୀଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

ଓପିଏସସି କର୍ତ୍ତୃପକ୍ଷ ନିର୍ଦ୍ଧାରିତ ଜାନୁଆରୀ ୨୦ ତାରିଖରେ ହିଁ ଏଏସଓ ପରୀକ୍ଷା କରାଯିବ ବୋଲି କୋର୍ଟ କହିଛନ୍ତି । ପୂର୍ବରୁ ଏହି ପରୀକ୍ଷା ଡ଼ିସେମ୍ବର ୨୩ରେ ହେବାକୁ ଥିବାବେଳେ କୌଣସି କାରଣବଶତଃ ଏହାକୁ ଜାନୁଆରୀ ୨୦ ରେ କରିବାକୁ ନୋଟିସ ଦିଆଯାଇଥିଲା ।