ଆସନ୍ତା ୧୫ ତାରିଖରୁ ଓଡିଶାରେ ନିର୍ଦ୍ଧୁମ ଛେଚିବ ବର୍ଷା !

54

କନକ ବ୍ୟୁରୋ : ଓଡିଶାରେ ନିର୍ଦ୍ଧୂୁମ ଛେଚିବ ବର୍ଷା । ଆସନ୍ତା ୧୫ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଓଡିଶା-ଆନ୍ଧ୍ର ଉପକୁଳରେ ଘୁର୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ ।

rain 3ମଙ୍ଗଳବାର ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୨ ମିଲିମିଟର ବର୍ଷା ହୋଇଛି। ଏହି ସମୟ ସୁଦ୍ଧା ବାଲେଶ୍ୱରରେ ୨୨ ମି.ମି. ବର୍ଷା ହୋଇଥିବା ବେଳେ ଅନ୍ୟାନ୍ୟ ସ୍ଥାନରେ ବି ଘଡ଼ଘଡ଼ି ସହିତ ବର୍ଷା ହୋଇଥିବା ସୂଚନା ମିଳିଛି। ଆସନ୍ତା ୧୫ ତାରିଖରେ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଆଜି ପ୍ରବଳ ଘଡ଼ଘଡ଼ି ସହିତ ଉତ୍ତର, ଆଭ୍ୟନ୍ତରୀଣ ଏବଂ ଅନ୍ୟାନ୍ୟ ସ୍ଥାନରେ ବର୍ଷା ହୋଇଛି।

rain 2ହଠାତ୍ ବର୍ଷା ହେବାର କାରଣ ପଛରେ ରହିଛି ଆଜି ବାଂଲାଦେଶରେ ସୃଷ୍ଟି ହୋଇଥିବା ୨ଟି ଘୂର୍ଣ୍ଣିବଳୟ। ସେଠାରେ ଥିବା ଘୂର୍ଣ୍ଣିବଳୟର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ବି ଶୁଖିଲା ବାୟୁମଣ୍ଡଳରେ ଜଳୀୟବାଷ୍ପ ଭର୍ତି ହୋଇଯାଇଥିଲା। ଆସନ୍ତା ୧୫ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଲଘୁଚାପର ରୂପ ନେବ ୧୮ ତାରିଖ ବେଳକୁ। ଆଜି ଦକ୍ଷିଣ ଚୀନ ସାଗରରେ ଥିବା ଟାଇଫୁନ୍ ‘ତାଲିମ’ ସାଂଘାଇ ଦିଗକୁ ମୁହାଁଇଛି। ଏହା ସେଠାରୁ ଦୁର୍ବଳ ହେବା ପରେ ରାଜ୍ୟରେ ୧୮ରୁ ୨୧ ତାରିଖ ପର୍ୟ୍ୟନ୍ତ ବର୍ଷା ପରିମାଣ ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଅନ୍ୟପଟେ ଗତାକାଲି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ତେବେ ଗତକାଲି ବର୍ଷା ସାଙ୍ଗକୁ ରାଜ୍ୟରେ ବିଭି୍ନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କ ଜୀବନ ଯାଇଛି ଓ ୫ ରୁ ଅଧିକ ଆହତ ହୋଇଛନ୍ତି ।

Lightning1ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲା କୋମନା ଥାନା ଅର୍ନ୍ତଗତ ଭାରୁଆମୁଣ୍ଡା ଗ୍ରାମର ଲକ୍ଷ୍ମୀ ମାଝୀ ଓ ତାଙ୍କ ନଣନ୍ଦ ଭାଗ୍ୟବନ୍ତୀ ମାଝୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ଏହି ଦୁଇ ଜଣ ବିଲକୁ କାମ କରିବାକୁ ଯାଉଥିବାବେଳେ ଜୋରରେ ଘଡ଼ଘଡ଼ି ବିଜୁଳି ମାରିବାରୁ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ସେଠାରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କେନ୍ଦୁଝର ଜିଲ୍ଲାର ଆନନ୍ଦପୁରର ଶୋଷା ସଙ୍କଟପାଲି ଗ୍ରାମରେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ବଜ୍ରପାତ ହୋଇଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଏହାସହ ପୁରୀ ଜିଲ୍ଲା ଡେଲାଙ୍ଗ ସ୍ଥିତ ଖେଲାର ପଞ୍ଚାୟତରେ ଜଣେ ବୃଦ୍ଧା ଏବଂ ପିପିଲି ନିକଟ ପୁବା ଶାସନ ବ୍ରହ୍ମପୁର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲା ସଦର ଥାନାର ମହୁଲପାଲିରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି।

ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଘୁଆ ଠେଙ୍ଗ ଗ୍ରାମରେ ବଜ୍ରପାତରେ ଫକିର ଚରଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ଗାଈ ଚରାଇବାକୁ ଯାଇଥିବାବେଳେ ବିଲରେ ବଜ୍ରପାତ ହେବାରୁ ବିଲ ମଝିରେ ହିଁ ଫକିର ଏବଂ ତାଙ୍କ ଗାଈ ବାଛୁରୀ ଟଳି ପଡ଼ିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବତିରା ଗାଁରେ ବଜ୍ରପାତରେ ଦୁଇ ଯା’ ମମତା ସ୍ୱାଇଁ ଏବଂ କଳ୍ପନା ସ୍ୱାଇଁ ଗୁରୁତର ହୋଇଛନ୍ତି।

କଟକ ଜିଲ୍ଲାରେ ବି ବଜ୍ରପାତ ନେଇଛି ୨ଜୀବନ। ଆଠଗଡର ବିଜୟ ନାଏକ ଓ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଡାହାଣୀଗାଡ଼ିଆ ଗ୍ରାମର ନିଧିଆ ଦେହୁରୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି ।