ସମୁଦ୍ରୀ ଆହାରରେ ବଢୁଛି ଆର୍ସେନିକର ସ୍ତର ! ମାଛ,ଚିଙ୍ଗୁଡି,କଙ୍କଡା ଭଳି ଖାଦ୍ୟ ନେଇଯାଇପାରେ ଆପଣଙ୍କ ଜୀବନ ।

220

ସମୁଦ୍ର ଆହାର ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ବଡ ଖବର । ମାଛ,ଚିଙ୍ଗୁଡି,କଙ୍କଡା ଭଳି ଖାଦ୍ୟ ପଦାର୍ଥରେ ଆର୍ସେନିକ ନାମକ ଏକ ବିଷାକ୍ତ ପଦାର୍ଥ ଦେଖିବାକୁ ମିଳୁଛି । ସ୍ୱାଦହୀନ,ଗନ୍ଧହୀନ ଏହି ତତ୍ତ୍ୱ କାଠକୁ ଅଧିକ ଦିନ ସତେଜ ରଖିବା ଏବଂ ପଶୁ ଆହାରରେ ବ୍ୟବହାର ହୋଇଥାଏ । ଏହାକୁ କୃଷି କ୍ଷେତରେ ମଧ୍ୟ ବ୍ୟବହାର କରାଯାଏ ।

ସି ଫୁଡ୍ ତଥା ଏଭଳି ପ୍ରଡକ୍ଟରେ ଆର୍ସେନିକର ମାତ୍ରା ଅଧିକ ଥାଏ । ସମୁଦ୍ର ମାଛ,କଙ୍କଡା ଏବଂ ଚିଙ୍ଗୁଡି ଭଳି ଓଧ ଏବଂ ଅକ୍ଟୋପସ୍ ମଧ୍ୟରେ ବି ଏହି ତତ୍ତ୍ୱ ଦେଖିବାକୁ ମିଳେ । ଯଦି କୌଣସି ସୁସ୍ଥ ବ୍ୟକ୍ତି ପ୍ରତି ଦୁଇଦିନ ଥରେ ଏଭଳି ଖାଦ୍ୟର ସେବନ କରୁଛନ୍ତି ତେବେ ଆପଣଙ୍କ ଜୀବନ ପ୍ରତି ଏହା ଗମ୍ଭୀର ପ୍ରଭାବ ପକାଇପାରେ । ତେବେ ଭାରତରେ ଏହାର ନିର୍ଦ୍ଧାରିତ ମାତ୍ରାର ଆକଳନ ଜଣାପଡିନଥିବା ବେଳେ ଏତିକି ହିଁ କୁହାଯାଇପାରିବ ସମୟ ଥାଉ ଥାଉ ସତର୍କ ନହେଲେ ଏହାର ପରିଣାମ ଗମ୍ଭୀରର ରୂପ ନେବ ।

୨୦୧୩ ମସିହାରେ ଅଷ୍ଟ୍ରିଆରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ ସମୁଦ୍ରୀ ଆହାରରୁ ମିଳୁଥିବା ଆର୍ସେନିକ କିଛି ରୂପରେ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେଉନଥିବା ବେଳେ ବାସ୍ତବରେ ଏହା ଶରୀର ପ୍ରତି ଘାତକ ହୋଇଥାଏ । ଗବେଷକମାନଙ୍କ ମତରେ ଏକ ତଥ୍ୟ ଅନୁସାରେ କିଛି ଲୋକଙ୍କ ଠାରେ ମଳମୂତ୍ର ମାଧ୍ୟମରେ ଆର୍ସେନିକ ବାହାରକୁ ବାହାରି ଯାଉଥିବା ବେଳେ ଆଉ କିଛି ଲୋକଙ୍କ ମଧ୍ୟରେ ଆର୍ସେନିକ ଅଟକି ରହିଯାଏ । ଯାହା ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ ।

Comments are closed.