ସାହା ହେଲେ ହାଇକୋର୍ଟ ! ଦ୍ୱାଦଶ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ପାଇଁ ଦେଲେ ନିର୍ଦ୍ଦେଶ

25

କନକ ବ୍ୟୁରୋ : ସିବିଏସଇର ମନମୁଖୀ କାରବାରକୁ ଜୋରଦାର ଝଟକା । ଦ୍ୱାଦଶ ପରୀକ୍ଷାଫଳ ତ୍ରୁଟି ନେଇ ଅଭିଯୋଗ କରି ଆସୁଥିବା ପରୀକ୍ଷାର୍ଥୀଙ୍କୁ ମିଳିଛି ଆଶ୍ୱସ୍ତି । ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନ କରିଥିବା ୧୮ଜଣ ଛାତ୍ରଛାତ୍ରୀଙ୍କ ଖାତା ପୁଣିଥରେ ଦେଖି ୩ ଦିନ ଭିତରେ ଫଳ ପ୍ରକାଶ କରିବ ସିବିଏସଇ । କୋର୍ଟଙ୍କ ଏଭଳି କଡା ନିର୍ଦ୍ଦେଶ ପରେ ସିବିଏସଇ ଚଳାଇଥିବା ମନମୁଖୀ କାରବାରକୁ ଲାଗିଛି ଜୋରଦାର ଝଟକା । ଆଉ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ବି ଆଶା କରିଛନ୍ତି ଯେ, ସେମାନଙ୍କୁ ମଧ୍ୟ ନ୍ୟାୟ ମିଳିବ ।

୨୮ରେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ମୂଲ୍ୟାୟନରେ ତ୍ରୁଟିବିଚ୍ୟୁତି ହୋଇଥିବା ଅଭିଯୋଗ ହୋଇଥିଲା । ବିଭିନ୍ନ ବିଷୟରେ ଅନେକ ମେଧାବୀ ଛାତ୍ରଛାତ୍ରୀ କମ୍ ମାର୍କ ରଖିଥିବାରୁ ମାନସିକ ଅସ୍ଥିରତା ଦେଇ ଗତି କରୁଥିଲେ । ଏପରିକି ଗତକାଲି ଜଣେ ଛାତ୍ର ଦେହରେ କିରୋସିନ ଢାଳି ଆତ୍ମାହୁତୀ ଦେବାକୁ ଉଦ୍ୟମ କରିଥିଲେ ।